ଘୋ ଘୋ ବର୍ଷା
ଆଉ ଆମର ଅପେକ୍ଷା।
କାହାକୁ କଣ କହିବା?
କେଉଁବାଟେ କେମିତି
କୋଉଠିକୁ ଯାଇ
ଆଉ କଣ କରିବା?
ଘୋ ଘୋ ବର୍ଷା
ଆଉ ଆମର ଅପେକ୍ଷା।
ଆମେ ଆମର ବୋଲି
କେମିତି କହିବା?
ଘୋ ଘୋ ବର୍ଷା
ଆଉ ଆମର ଅପେକ୍ଷା।
ସମୟ ସହିତ ଚୋର-ପୋଲିସ ଖେଳି
ଆସୁ ନ ଧରା ପଡିବା।
ଘୋ ଘୋ ବର୍ଷା
ଆଉ ଆମର ଅପେକ୍ଷା।
କିଏ କାହାର ଆମେ
ସୁଯୋଗ ଦେଖି ଚୁପ୍ କିନା କହିଦେବା।
ଘୋ ଘୋ ବର୍ଷା
ଆଉ ଆମର ଅପେକ୍ଷା, ଅପେକ୍ଷା।
This poem has not been translated into any other language yet.
I would like to translate this poem
Continuous rain gives pleasant feelings. This poem is very beautifully penned with interesting scenic perception...10