ଭାଷା ଆଗ।
ଭାଷାକୁ ନେଇ ରାଜ୍ୟ।
ରାଜ୍ୟ ଲୋକଙ୍କ
ସମସ୍ୟା ସମାଧାନ ପାଇଁ
ଅଛି ବିଚାର ବିଭାଗ।
ଲୋକଙ୍କ ଟିକସ ଟଙ୍କା
ସରୁଛି ବିଚାର ବିଭାଗରେ।
ଲୋକଙ୍କ ଅଧିକାର ରହିଛି
ପାଇବେ ରାୟ ଆଦେଶ
ରାଜ୍ୟ ଭାଷାରେ।
ଲୋକଙ୍କ ପାଖରେ
ସାର୍ବଭୌମ କ୍ଷମତା,
ଲୋକେ ବାଛୁଛନ୍ତି ତାଙ୍କ ନେତା।
ସେଇ ନେତାଏ କରିଛନ୍ତି ଆଇନ,
ସବୁ କିମ୍ୱା ଯେ କୌଣସି କାର୍ଯ୍ୟରେ
ତାଙ୍କ ଭାଷା ହେବ ବ୍ୟବହାର ।
ବିଚାର ବିଭାଗ ଅଛି
ଦେଖିବ କାର୍ଯ୍ୟକାରୀ ହେଉଛି
କି ନାଇଁ ଆଇନ।
ଉଲ୍ଲଂଘନକାରୀ ପାଇବ ଦଣ୍ଡ।
ଲୋକଙ୍କ ଉପରେ
ଆଇନର ଉପରେ
ନାହାନ୍ତି କେହି।
ଓଡିଶାର ଲୋକ, ଉଠ, ଜାଗ,
ଯିଏ ରାଜ୍ୟ ଭାଷା ଜାଣି ନି
କେମିତି ରହିବ ରାଜ୍ୟରେ କହ!
ବିଚାର ବିଭାଗ ନ ରହିଲେ ବି
ରାଜ୍ୟ ରହିବ, ରାଜ୍ୟର ଭାଷା ରହିବ,
ଲୋକେ ରହିବେ।
କିନ୍ତୁ ଲୋକ, ରାଜ୍ୟ, ଭାଷା
ନ ରହିଲେ, ବିଚାର ବିଭାଗ,
ନେତା ମନ୍ତ୍ରୀ ଆଉ ଆଉ ସଚିବ ଅମଲା
କାହା ପାଇଁ କଣ ପାଇଁ ରହିବେ?
ଭାଷା-ଆତ୍ମା ନ ରହିଲେ
ଏ ରାଜ୍ୟ ପ୍ରାଣହୀନ ଶବ।
କାହାକୁ କିଏ କେମିତି ଉଠେଇବ?
କବି, ଲେଖକ ନିଜ ନିଜ
ଗୋଷ୍ଠୀ କରି ମଦ, ମାଂସ, ନାରୀ,
ତୋଷାମଦ, ପୁରଷ୍କାର, ସମ୍ମାନ, ଉପାଧି
ସାଉଁଟିବାରେ ବ୍ୟସ୍ତ।
କି ଥିଲା ଏ ରାଜ୍ୟ
କି ହୋଇଛି ଆଜ!
This poem has not been translated into any other language yet.
I would like to translate this poem