ଯେତିକି ସମୟ
ଗଜାନନ ମିଶ୍ର
ଘାବରେଇ ଯାଅ ନି,
ବେଶୀ ସମୟ ରହିବି ନି।
ଅଛି କିନ୍ତୁ ଯେତିକି ସମୟ
ଭାଗବାଣ୍ଟ କରି ନେବା
ଉଭୟେ ଉଭୟଙ୍କ ପାଇଁ।
କହିଦେବା ହଉ ହେଲା
ତୋଳିବା ଜହ୍ନ ଆସ ଏକାଠି
ଆଉ ଦେଖେଇବା ନୂଆ ରାସ୍ତା
ବଂଚିବା ଭିତରେ ଏଠାରେ।
ହେବା କଥା ଦିଆନିଆ
ନ ଥିବ ଯେମିତି କୌଣସି ବ୍ୟଥା।
କରିବା ଚେଷ୍ଟା ମିଶେଇବାକୁ
ଆଲୁଅ ଅନ୍ଧାର ଅଛି ଯେତେ।
ପତ୍ର ଫୁଲ ଫଳ ସବୁକୁ ଦେଖିବା
ନୂଆ ଭାବରେ ଆଉ କହିବା,
ଆରେ ହେଃ, ଏସବୁ ତ
ଖାସ୍ ଆମ ପାଇଁ ଏବେ!
ଯିବା ପୁଣି ଆଗକୁ
ଶବ୍ଦସବୁ ସାଉଁଟିବାକୁ,
ନାନାଦିଶବ୍ଦ ଅଛି ଯାହାସବୁ
ଯୋଉଠି ଯୋଉଠି ଆମର ହୋଇ।
କହିବା ଯେ କହିବା ଭାବିଚିନ୍ତି
ନିଜର ଭାବି ପାଣି ପବନ ମାଟି
ଆଉ ଯିବା ଆଗକୁ ମାଡି ଯୋଉଠି
ଆକାଶର ଅଛି ସୁଶୃଙ୍ଖଳିତ ଧାଡି।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
25/8/2019
A beautiful poem entitled, 'Lines of the sky' Thanks for sharing.....10
This poem has not been translated into any other language yet.
I would like to translate this poem
There is no need to be worried. We have to proceed ahead with greatness.