ପଥର ତିଆରି Made Of Stone Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଥର ତିଆରି Made Of Stone

Rating: 5.0

ହୁକେ ହୋ
ଗଜାନନ ମିଶ୍ର

ପସନ୍ଦ କି ଅପସନ୍ଦ
ପଚରାଉଚୁରା ନାଇଁ
ସିଧା ଯାଅ ଗଡି
ବହୁଥିବା ପାଣିରେ
ପରୀକ୍ଷା କରିବାର ନାଇଁ
କୋଉ ନର୍ଦ୍ଦମାର
ପଚିଆ ଗନ୍ଧିଆ କି
ପୋଖରୀ ବିଲ କଟା
କଳା କି ଧୂଳିଆ!

ବାବା, ପାଟି ଫିଟାଇବା ମନା,
ଜରୁରତସେ ଜାଦା ନେଇଁ,
ହାଁଜୀ ନ କହିଲେ
ତୁ ଶଳା ପଡିଗଲୁ କି
କାହା ପାଲରେ,
ରହ ରହ ଦିଆଯିବ ପାନେ
ଅନୁସନ୍ଧାନ ଚାଲିବ ବରାବର
ବେଇମାନ,ନିମକହାରାମ
ଉପାଧିରେ ଗାଧୋଇ ଦିଆଯିବ,
ଖର୍ଚ କରାଯିବ ଅପର୍ଯ୍ୟାପ୍ତ ।

ଆରେ ବାଃ,
ଇଏ ଶଳା ରାଜଧାନିଆ କଥା,
ଚୁଗଲି ଭରପୁର।
ମେରୁଦଣ୍ଡହୀନ ସଭିଏଁ।
ଧେତ୍ ତେରିକି, ମହାବାତ୍ୟା
ଦରକାର କି ଆହୁରି
ହେଇ ଉଠିଲାଣି ଆଉଗୋଟେ।
ରହବୋ ସେଠି,
ପଶ୍ଚିମିଆ ପଳେଇଯିବା ଭଲ
ଦୂର ଦୂର ବହୁତ ଦୂର।

ହଁ ଯେ
ଗଡଜାତିଆକୁ ସହଜେ
ବନେଇ ହେବ ଭକୁଆ।
ହେଲେ କଣ କରିବ,
ଉଠିଲେ ଥରେ
ଅସମ୍ଭାଳ ତେଣିକି।
ପଥର ତିଆରି ହୋ
କରିବ କଣ କେମିତି
ହୁଏ ନି ଜାଣି ଜମ୍ମା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
27/5/2019

Sunday, May 26, 2019
Topic(s) of this poem: land
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success