ଆମ୍ୱଗଛ ଓ ମୁଁ Mango Tree And I Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମ୍ୱଗଛ ଓ ମୁଁ Mango Tree And I

ଆମ୍ୱଗଛ ଆଉ ମୁଁ
ଗଜାନନ ମିଶ୍ର

ଆମ୍ୱଗଛକୁ ଚିହ୍ନିଲି
ଆଉ ଦେଖିଲି ସେ ଜାଗା
ଯୋଉ ଜାଗାରେ ଥିଲି ମୁଁ
ଗତକାଲି ସକାଳେ।

ଡାକିଲି ସେ ପକ୍ଷୀକୁ
ଥିଲା ଯିଏ ସବାଉଚ୍ଚ ଡାଳରେ
ଆଉ କହୁଥିଲା କେତେ କାହାଣୀ
ଅଧା ଅଧା ଶୁଣୁଥିଲି ଆଉ
ଭିତରେ ଭିତରେ ଥିଲି ଖୁସି।

ଠିଆ ଜାଳିଦେଲା କିଏ
ଗତକାଲି ସଂଧ୍ଯାରେ ଜାଣେ ନା,
ଜାଳିଦେଇ ଭଲ କଲା କି
ଭଲ କଲା ନାଇଁ ସେସବୁ ଭିତରେ
ଘାଣ୍ଟିଚକଟି ହେବାକୁ ନାଇଁ ମନ।

ମୁଁ ଯେ ଥିଲି
ଆଉ ନାଇଁ ଏବେ କହୁ ନି ଜମାରୁ ।
ଆମ୍ୱଗଛରେ ମୋର ପ୍ରତିବିମ୍ବ
କେମିତି ବୁଝେଇବି କାହାକୁ।

ହେଉ ତେବେ କହି
ରହି ପାରୁ ନି ବି ଚୁପ୍।
ଏତିକି କଥାକୁ ସରୁଛି ଦିନ
ଆଉ ମୁଁ ଯାଉଛି ରହି
ଆନମନା ହୋଇ ଏଇଠି।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
15/11/2020

Sunday, November 15, 2020
Topic(s) of this poem: tree
POET'S NOTES ABOUT THE POEM
Language - odia
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success