ଏ ପୃଥିବୀରେ ଦୁଃଖର ଶେଷ ନାହିଁ No End Of Misery In This World Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏ ପୃଥିବୀରେ ଦୁଃଖର ଶେଷ ନାହିଁ No End Of Misery In This World

Rating: 5.0

କାର୍ଲା ଜୌସିଟୋ
ଗଜାନନ ମିଶ୍ର

ଆସନ୍ତୁ, ଆସନ୍ତୁ, ଭେଟିବେ
ଅଛନ୍ତି ଏଇଠି ମେକ୍ସିକୋର
କାର୍ଲା ଜୌସିଟୋ।
ଭେଟିଲେ ଜାଣିବେ
କଣ ଜୀବନ ଆଉ ପ୍ରେମ
ଆଉ ସଂପର୍କ।
ଭେଟିଲାବେଳେ ହେବ
ଶାଣିତ ଆହୁରି
ଆପଣଙ୍କର ଭାଗବତ।

ସବୁକଥା ଯଦି
ଆପଣଙ୍କର ବୁଝିବାକୁ ଥାଆନ୍ତା,
ଆସି ନ ଥାନ୍ତା କାର୍ଲା!
ରହସ୍ୟ ଉପରେ ରହସ୍ୟର
ଜାଲରେ ଫଶି ନ ଥାନ୍ତା
ସ୍ୱାର୍ଥରେ ନାଚୁଥିବା ଆମେରିକା ।
ଆଉ ଦେଖିକରି ଯଦି
ସବୁକିଛି ଜାଣି ପାରୁଥାନ୍ତ ତୁମେ
କବିତା ଲେଖୁ ନ ଥାନ୍ତି ମୁଁ ଭକୁଆ।

କବିତାର କାମ ଏ ଯାଏ
ପଡି ନି ଜଣା, ଅହରହ ଏଠାରେ
ଚାଲିଛି ଯଦିଓ ଆନନ୍ଦ ପାଇଁ
ସତ୍ୟ ପାଇଁ ଭିତରେ ଭିତରେ।
କାର୍ଲୋ ଜୌସିଟୋକୁ ମୁଁ ଦେଖି ନି ଏ ଦୁଇ ଆଖିରେ
କହୁଛ ଯଦିଓ ଶୁଣୁଛି ସବୁ ପ୍ରକାରର କାହାଣୀ।
ଏ ପୃଥିବୀରେ ଦୁଃଖର ଶେଷ ନାହିଁ,
ନୂଆପୁରୁଣାର ଫେଣ୍ଟାଫେଣ୍ଟିରେ
ଜୀବନାନନ୍ଦର ସୀମା ନାହିଁ ।

ତପୋବନ,ଟିଟିଲାଗଡ,ବଲାଙ୍ଗିର
15/9/2019

Saturday, September 14, 2019
Topic(s) of this poem: world
POET'S NOTES ABOUT THE POEM
Karla Jaisitto of Mexico, America - and how our life here in this mysterious selfish world!
COMMENTS OF THE POEM
Kumarmani Mahakul 14 September 2019

This is a very thought provoking poem amazingly penned with expression of your news perception.

0 0 Reply
Tapaswini12f@gmail.co 14 September 2019

No end of misery, rightly written.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success