ମଦବିନା ନାଇଁ ଜୀବନ No Life Without Liquor Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଦବିନା ନାଇଁ ଜୀବନ No Life Without Liquor

Rating: 5.0

ମଦ ଦରକାର ମଦ!
ଗଜାନନ ମିଶ୍ର
1
ମଦ ଦରକାର ମଦ!
ମଦ ପାଇଁ ଆଉ କେଉଁଆଡକୁ
ଯିବାର ନାଇଁ ଦରକାର।
ନିଜେ ମଦ ଯିବ ତୁମ ଗାଁକୁ
ତୁମ ଘରକୁ ତୁମ ପାଟିକୁ।
ରହ ରହ ଅପେକ୍ଷା କର!
ବାହାଘର ବ୍ରତଘର ମୃତାହ
ଜନ୍ମୋତ୍ସବ ଆଉ ଆଉ ସବୁ
ପର୍ବପର୍ବାଣୀରେ ମଦ
କରିପାର ବ୍ୟବହାର।
ମଦ ବ୍ୟବହାରକାରୀକୁ
ଦିଆଯିବ ପୁରସ୍କାର,
ରାଜ୍ୟ ରାଜସ୍ୱବୃଦ୍ଧିରେ
ପ୍ରମୁଖ ଭୂମିକା ଯାହାର।
ମଦ ଦରକାର ମଦ!
ନିଅ, ନିଅ, ସବୁ ସାହାଯ୍ୟ
ଯୋଗାଇଦେବେ ସରକାର।
ପାଣି ବଦଳରେ ପିଅ ମଦ,
ସଦା ରହ ମସ୍ତ।
ମଦବିନା ନାଇଁ ଗତିମୁକ୍ତି ତୁମର,
ମଦବିନା ଭବିଷ୍ୟତ ଅନ୍ଧକାର ।
2
ମଦ ମଦ ମଦ
ନାଇଁ ମଦ ନାଇଁ ଗଦ ନାଇଁ ପଦ।
ଯାହା କର ଯାହା କହ
ମଦ ପିଅ, ପିଅ ମଦ।
ମଦବଳରେ କରିବ
ମା ଭଉଣୀ ମିଶେଇ
ସାତପୁରୁଷ ଉଦ୍ଧାର।
ଭାରତବର୍ଷରେ,
ନମ୍ୱର ଉଆନ ମଦରେ,
କୁକୁର ବିଲେଇ ଗଧ
ସଭିଙ୍କୁ ଦିଅ ମଦ।
ମଦ ମଦ ମଦ
କବିତାରେ ମଦ
ଦୈନନ୍ଦିନ କର୍ମରେ ମଦ
ପ୍ରେମରେ ମଦ
ସ୍ନେହରେ ମଦ
ଜନ୍ମରେ ମଦ
ମୃତ୍ଯୁରେ ମଦ
ମଦ ମଦ ମଦ।

ଦରକାର ହେଉ ନ ହେଉ
ମଦ ଯିବ ଘର ଘର
ଦେଇଛି ଆଦେଶ ସରକାର।
ମଦ ପାଇଁ ସର୍ବସାଧାରଣ
ମଦ ପାଇଁ ଛୁଆ ପିଲା ସନ୍ତାନ
ମଦ ପାଇଁ ମା ମାଟି ସମ୍ମାନ।
ମଦରେ ମଦ
ବିନାମଦରେ କି କବି
କି ଶିକ୍ଷା କି ଶିକ୍ଷକ କି ଛାତ୍ର!
ବିନାମଦରେ କି ଡାକ୍ତର
ବିନାମଦରେ କି ଇଂଜିନିୟର
କି ମନ୍ତ୍ରୀ କି କିରାଣୀ
କି ଅମଲା ଅଫିସର
କି ଚାଷୀମୂଲିଆ ନୌକରଚାକର! !
ମଦରେ ପଂକ୍ତି
ମଦରେ ପ୍ରଗତି
ମଦରେ ମୁକତି
ମଦରେ ଶକତି
କର ମଦକୁ ହେ
ବାପଭାଇ ଝିଅବୋହୂ
ଭାବପିରତି ।
ଜୟଗାନକର ମଦର
ଜୟ ଜୟ ଜୟ
ଆମ ଲୋକ ଆମ
ଗଣତାନ୍ତ୍ରିକ ସରକାର!

ତପୋବନ, ଟିଟିଲାଗଡ, ବଲାଙ୍ଗିର
12/11/2019

Wednesday, November 13, 2019
Topic(s) of this poem: life,state
POET'S NOTES ABOUT THE POEM
Language - odia, script - brahmi.It is about liquor and life
COMMENTS OF THE POEM
Dr Dillip K Swain 13 November 2019

A brilliant poem! Liked it so much.........10

0 0 Reply
Tapaswini dash 13 November 2019

Picture of politics nowadays- all destructive

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success