ସତ୍ୟ ହେଉଛି - ଭାରତ,
ଆଉ ସତ୍ୟ ଭାରତୀୟତା।
ଏଇ ଭାରତୀୟତା କେବେ
କାହାଠୁ ଆଉ କୁଆଡକୁ
ଯିବାର ନାଇଁ, ଘାବରେଇ ଯାଅ ନି
କୌଣସି ହୋ ହାରେ।
ଯୋଉ ପୁଙ୍ଗୁଳାକୁ ସେଇ ଫୁଙ୍ଗୁଳା
ଏ ଦେହ ଏ ଦେଶ ଏ ବେଶ।
ଆଉ ଏଇଠି ଯେତେ ଛାଟିପିଟି ହେଲେ ବି
କିଛି ସେମିତି ବଦଳିବାର ନାଇଁ ।
ଜବରଦସ୍ତ ଯଦି କଣ କେହି କହି
ଭୁଲାଇବାର ଚେଷ୍ଟା କଲା ସ୍ଥିର ହୋଇ
ଘଡିଏ ଅନୁମାନ କର ଆଉ ଦେଖ
ସହଜ ନୁହଁ ଯଦିଓ କିଛି ବି।
This poem has not been translated into any other language yet.
I would like to translate this poem