ଏବେ ଆଉ ନାଇଁ Not Now Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏବେ ଆଉ ନାଇଁ Not Now

1

ୟା ପରେ
ଗଜାନନ ମିଶ୍ର

'ସ୍ୱର୍ଗେ ସିନା ବାସ ତାଙ୍କ ନୀଚ ମତିଗତି,
ଦେବତାଏ ପର ଶିରୀ ଦେଖି ନ ପାରନ୍ତି'

ୟା ପରେ ରହିଛି କଣ କହିବାକୁ
ମତେ ନାଇଁ ଜଣା।
ଯଦି କହିବି କହିବେ ପରହିଂସୁକ।
ଯଦି କହିବି କହିବେ ୟେ ସବୁ
ଦଳିତ ସାହିତ୍ୟର ଅଂଶବିଶେଷ।

ନ କହିଲେ ଛାତି ଫଟେଇ
ମରିବା ସାର।
ମଲେ କହିବେ ଗୁରୁ ଗୁରୁଜନଙ୍କୁ
ବେଖାତିର ଫଳ।

ଫଳ ମିଳେ ଏମିତି
ଏପଟୁ ପାହାର ସେପଟୁ ପାହାର,
ଶଳା, ଜାତିଠୁ ବାହାର!
କୋଉ ଜାତି କଥା କହୁଛି କିଏ
ଯାଇ ପାରୁଛ ଯଦି ଯାଇ ପଚାର!

ପଚାରିବ କାହାକୁ ହେ
ଯେ ଯାହାର ଚୌହଦୀରେ
ଚଉଦ ପା ସମସ୍ତେ।
ଲଙ୍କାର ସବୁ ଏତେ କଣ
ଅସୁର ସତେ!

ନାଇଁ ତ, ୟେ କୁରୁ ସଭା ବେ,
ଦେଖୁ ନ, ପାଟି ବନ୍ଦ
ସବୁ ଦେଖି ସବୁ ଶୁଣି ସବୁ ଜାଣି
ଚୁପ୍ ନିଜ ନିଜ ନୀଚ ସ୍ୱାର୍ଥ ପାଇଁ!

ଆଗକୁ ଧ୍ବଂସର ପଥ
ସତରେ ନା କଣ!
ଥାଉ, ଏବେ ଆଉ ନାଇଁ।

2

ଚବ୍ୟ ଚୋଷ୍ୟ ଲେହ୍ୟ ପେୟ
ଅଛି ସବୁ ପୂରି,
ନିଅ ନିଅ ଯାହାକୁ ଯୋଉଟା ଇଚ୍ଛା
ନିଅ ମନ ଭରି।
ଏଠି କିଛି କେବେ ଯାଏ ନା ସରି।

Friday, November 8, 2019
Topic(s) of this poem: life
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
Gajanan Mishra 08 November 2019

Live cautious dear men, evil is also here

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success