ଗାଁ ମା ଚିତ୍ର Picture Of Native Village And Mother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗାଁ ମା ଚିତ୍ର Picture Of Native Village And Mother

Rating: 5.0

ଭେଟିଥିଲି ନେତକୁ
ଗଜାନନ ମିଶ୍ର

ହଁ ମ ସେଇ ନେତ
ପୂରା ନାଁ ନାଇଁ ଜଣା,
ହେଲେ ସେଇ ତ
ସେଇ ହଲୁ ବୁଢାର ନାତି
ବାପା ନାଁ ରାହୁଳ ଶତପଥି।
ବୁଢା କଥା ମନେ ପଡିଗଲା
କୋଟି ପରମାୟୁ ହେଉ
ବୁଢା ଗଲାଣି ବହୁତ ଦିନରୁ।
ଦାଣ୍ଡ ବାରଣ୍ଡାରେ ଆମେ
ଅପେକ୍ଷାରେ ଥାଉଁ ପ୍ରାୟ ସକାଳୁ
ବୁଢା ନିଶ୍ଚୟ ହଲି ଦୋହଲି ଆସିବ
ଛୋଟ ଏକ ପିତ୍ତଳବାଲଟିରେ
ବରପଡା ମହାଦେବ ମନ୍ଦିରରୁ
ପାଣି ବେଲପତ୍ର ପ୍ରସାଦ ଧରି।
ଦେଖିଲାମାତ୍ରେ ଆଂଜୁଳା ଦେଖାଇଦେଲେ
ବୁଢା ଢାଳିଦେବ ପାଣି
ହାଁ ହାଁ କହୁଥିବ ଅଧା ତଳେ ପଡୁଥିବ
ସତେକି ଗାଁ ଦାଣ୍ଡ ବି ଆମ ସହିତ
ଥିଲା ଅପେକ୍ଷାରେ ଶିବଙ୍କ ପାଣି
ଆଉ ପ୍ରସାଦ ଆଶାରେ!
ଆଉ କଣ ସେ ଟିକପାଲି ଅଛି ଯେ!
ମା ଥିଲାବେଳେ ହେଉଥିଲା ଯାଇ
ଥରେ ଦିଥର ଚାରିଥର
ଏବେ ତ ବର୍ଷପୂରି ପ୍ରୟାଗରେ
ଅସ୍ଥି ଆଉ ଗୟାରେ ଶ୍ରାଦ୍ଧ ସାରି
କାଶିରେ ଶଙ୍କର ଆଉ ଶ୍ରୀକ୍ଷେତ୍ରରେ
ଲୋକନାଥ ଜଗନ୍ନାଥ ଦର୍ଶନ ବି ଶେଷ।
ହଁ ସେଇ ସଂଜୟର ବାହାବେଳେ
ଭେଟ ହେଇଗଲା ନେତ ସହିତ
ପଂଚାୟତ ଧର୍ମଶାଳାରେ
ସ୍ତ୍ରୀ ପିଲା ଧରି ଆଇଥିଲା ସେ।
କଣ ଆଉ କହନ୍ତା?
ସେଇ ଘଷରଘଷା ଶବ୍ଦ କେଇଟା ଛଡା
ଯେମିତି ଗାଁ ଆଡେ ଆଉ ଯାଉ ନ ଦାଦା,
ତୁମର ସେଇ ଗୋସେଇଁ ବାପା ଅମଳର ମାଟିଘର
ପଡିଛି ଭଙ୍ଗାତୁଟା ହୋଇ ନିରିମାଖି ହୋଇ।
ନେତର ସ୍ତ୍ରୀ ଯୋଡିଲା ହଁ ଦାଦା
ଆମର ତ ଚାଖଣ୍ଡେ ବୋଲି ଜାଗା
ଭାବୁଥିଲୁ କଣ କି କିଛି ଯଦି ନ କରିବ
କି ନ ଯିବ ଆଉ ତମର ତ ବହୁତ ଜାଗା
ସେମିତି ପଡିଛି ସେଥିରୁ କିଛି ଆମକୁ
ବିକିଦେଲେ ଘରଟିକିଏ ଆମର ବଢାନ୍ତୁ!
ତମ ଭାଇ ଦି ଟା ଆଉ ଭାଇବୋହୂ କେତେ କଣ
ନ କହୁଛନ୍ତି, ଛାଡନ୍ତୁ!
ନେତ, ଆହୁରି କେତେ କଣ ନ ଦେଲା
ଗାଁ ମାଁର ଚିତ୍ର,
ଗାଁ ଛାଡି ଆସିଲାବେଳେ
ଲଙ୍ଗଳା ହେଇ ବୁଲୁଥିଲା
ତିରିଶ ବତିଶ ବର୍ଷ ଦେଖୁ ଦେଖୁ ହେଇଗଲା!

ତପୋବନ, ଟିଟିଲାଗଡ, ବଲାଙ୍ଗିର
19/02/2020

Tuesday, February 18, 2020
Topic(s) of this poem: village
COMMENTS OF THE POEM
Dr Dillip K Swain 18 February 2020

Excellent presentation! Liked this wonderful composition...10+++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success