ଜଣ ଜଣ କରି କହୁଛି ସଭିଙ୍କୁ,
ସଫା ରଖ ପଥରର କାନ ତୁମର।
ଏତେ ପୁରାତନକୁ
କୁହ ନା ନିଜର।
ବତୀଘରର ଆଲୁଅକୁ
ନିଜ ମୁହଁ ଉପରେ
ପକାଅ ନଜର।
ଆଉ ରଖ ଖୋଲା
ଝରକା ଦୁଆର।
ନୁହଁ ତୁମର କିଛି ବି
ବାଁ କି ଡାଁ।
ସମୁଦ୍ର ଆଉ ଆକାଶକୁ
କହିଦେଇ ହେଲୋ
ଉଠିଆସ ପକ୍ଷୀ ହୋଇ
ସିଧା ମାଟିରୁ।
କୁହୁଡିର ମୁଣ୍ଡ ଖୋଜି
ଲାଭ କଣ କୁହ,
ନୀରବତାକୁ ଭାଙ୍ଗି
ଜହ୍ନ ପିଠି ନାଚିବା କଥା।
ଟିକେ ବିରତି ନିଅ,
କହିବ ତେଣିକି
କୋଉ ଦେଶେ ଘରଘାଟ।
ଗରମକରେଇରେ ଭାଜି
ଭଜେଇ ଜୀବନ
କହିଦିଅ ଫେଣରେ
ନାଇଁ ପ୍ରୟୋଜନ ।
ଅବଶ୍ୟ ସମୟକୁ
କରି ଜାଣିଲେ ଅମଳ
ଭରି ରହିଥିବ ଗନ୍ତାଘର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/6/2019
This poem has not been translated into any other language yet.
I would like to translate this poem