ଚାହିଁବା ଆଉ ନ ଚାହିଁବା
ସବୁ ସମୟ ସବୁ ଭାଗ୍ୟ।
ମାଟି ଆଉ ଆକାଶ,
ସବୁ ହୋଇଯାଏ ଇଚ୍ଛାରେ,
ସବୁ ମିଳିଯାଏ ମୋଫତରେ।
ପୂର୍ବର ତାରା ହେଉ କି
ପଶ୍ଚିମର, ରଖିଥାଏଁ ମୁଁ,
ଆଉ ନିଜର ଭାଗ୍ୟରେ
କରୁଥାଏଁ ଯିବା ଆସିବା।
ଧୋଇପୋଛି କେହି
ପାରେ ନା ସଫା କରି,
ଆଉ ଟିକିଏ ଆଗକୁ ବଢି
ଟିକିଏ ଫେରି ପଛକୁ,
ପୁଣି ଥାଏ ପରବର୍ତ୍ତୀ
ଆଦେଶ ଅପେକ୍ଷାରେ।
ଟାଣି ବା ପେଲି
ଖୋଲିବାକୁ ହୁଏ
ଚୁମ୍ୱକଲଗା କବାଟ,
ଆଉ ମହତ ଉଦ୍ଦେଶ୍ୟରେ
ପଥରର ଆଲୁଅକୁ
ଜାବୋଡି ରଖିବାକୁ ହୁଏ,
ଆମର ଚିରପରିଚିତ ଜାଗାରେ।
This poem has not been translated into any other language yet.
I would like to translate this poem