ରଣଶିଙ୍ଗା
ଗଜାନନ ମିଶ୍ର
ଭାକ୍ ଯା, ନିକଲ୍,
ସେଆଡେ କେନାଡେ ହଟ୍,
କୁଣ୍ଡୁଟା ବେ ତୁ।
ଭାଷା ନ ଜାଣି
ଦେଉଛି ନିଶା।
କହୁଛି ପି ଆଉ
ଯା ଶୁ।
ବର୍ଷ ପରେ ବର୍ଷ
ତମାମ ଚଲେଇଛି,
ନେ, ସାଉଁଟି ରଖ
ଏତିକି ସେତିକି ପୁରସ୍କାର,
ପଦ ପଦବୀ ପ୍ରମାଣପତ୍ର ।
ଇଏ ତାଲିକା ଶତାଧିକ।
ଯିବୁ ବେ ନେଇକି ମୁଣ୍ଡଆଡେ।
ଦିବାଲୋକରେ
ସ୍ପଷ୍ଟ ଦିଶୁଛୁ ବେ, ଶଳା ନଙ୍ଗା!
ଗୁପଚୁପରେ ଚଲେଇଛୁ
ତୁ ତୋର ବିଦେଶୀଡଙ୍ଗା,
ଆଉ ଏଠି ଆମେସବୁ
ଝଡୁଛୁଁ ଗୋଟିକି ଗୋଟି
ଶୁଖିଲା ବାହୁଙ୍ଗା।
ଆକର୍ଷଣ ବିକର୍ଷଣ ବିଲକ୍ଷଣ
ଭିତରେ ବି ବଜାରେ ବଜା
ତୁ ତୋର କବି ବଜା,
ସଚ୍ଚାପଣକୁ ଦେଖା,
ମଣିଷପଣକୁ ଉଠାଇବାକୁ
ଶବଦସବୁ ସଜା ଆଉ ବଜା
ବଜା ବଜା ରଣଶିଙ୍ଗା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/7/2019
This poem has not been translated into any other language yet.
I would like to translate this poem