ମୋର କି ଦୋଷ What Is My Fault Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋର କି ଦୋଷ What Is My Fault

କି ଦୋଷ
ଗଜାନନ ମିଶ୍ର

ମଦ ଗଂଜେଇ ଚରସ ବିଡି ସିଗାରେଟ୍ ଗୁଟଖା ଖାଏ ନାଇଁ
କେବେ ଖାଇ ପାରିଲି ନି ମୋର କି ଦୋଷ!

ଏ ଘର ସେ ଘର ଅଡକା ଯାଇ ଛ ନ କହି
ପରଘରେ ଅଶାନ୍ତି କେବେ ସୃଷ୍ଟି କରି ନାଇଁ ମୋର କି ଦୋଷ!

ଜୁଆ ସଟ୍ଟା ଜିତାନିଗୁଡୁ କେବେ ଖେଳି ନାଇଁ
ଖେଳେଇ ନାଇଁ ମୋର କି ଦୋଷ!

ମିଛ ସତ କହି ସ୍ତ୍ରୀର ମନ ଜାଣି କିଛି କରି ନାଇଁ
କରି ପାରି ନି ବୃଥା ପ୍ରତିଶ୍ରୁତିରେ ମୋର କି ଦୋଷ!

ଆକାଶକୁ ଅନେଇଛି ଘଣ୍ଟା ଘଣ୍ଟା
ସମୁଦ୍ରକୁ ଫିଙ୍ଗିଛି ନଡିଆ
ମୋର କି ଦୋଷ!

ପବନକୁ ଅବଶ୍ୟ କେବେ କେବେ କହିଛି
କଦମତାଲ୍ ରେ ଆ ଆ।
ନିଆଁକୁ ବି କହିଛି ଜଳା
ଆହୁରି ଜଳା ପର୍ବତ ଉପରେ।
କହିଛି ମାଟି ମତେ ଥା ଥା
ଏଇଠି ଏମିତି ବର୍ଷା ଶୀତରେ।
ଭାଗ୍ୟସହ ଖେଳିଛି ବିରୋଧାଭାସରେ
ଅନେକବେଳେ ଲଂଫଦେଇ ଅନାହୂତ।

ଦୋଷାଦୋଷକୁ କରି ନି ଖାତିର୍।
ନିଜପର ଭୁଲି ଯାଇଛି ଆଇଛି
କେହି କିଛି କହୁ ନ କହୁ।
ଲୀଳାଖେଳାକୁ ବୁଝିଛି ଠିକ୍
କହି ନି କି କହୁ ନି କାହାକୁ।

ଯଦି ସୂର୍ଯ୍ୟ ଉଦିଲା ଯଦି ତାରା ଝଡିଲେ
ଯଦି ଗଛରେ ପତ୍ର କଅଁଳିଲା
ଚଢେଇ ଯଦି ଉଡି ଆସି ଅନ୍ୟତ୍ର ବସିଲା
ମୋର କି ଦୋଷ କି ଦୋଷ! !

ତପୋବନ, ଟିଟିଲାଗଡ, ବଲାଙ୍ଗୀର
08/02/2021

Monday, February 8, 2021
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success