କେତେବେଳେ କାହାର
1
କଣ ଫାଏଦା!
କାହାଠୁ କିଏ
କେମିତି ବୁଝିଲା!
ମନ ରହିଗଲା
ଯୋଉଠି ଥିଲା।
ଆଲୁଅ ଏତେ ଥାଇ ବି
ଚାରିଆଡ ଅନ୍ଧାର ଦିଶିଲା।
2
ହାତ, ଧନୁ ଓ ଘଣ୍ଟା
ମହାମେଣ୍ଟ ପାଇଁ
କଲେ ଚେଷ୍ଟା ।
ହେଲା?
ଧନୁକୁ ପାଇଲା ନି ହାତ,
ଘଣ୍ଟା ହେଲା ଅଟକ।
ରାଇଜଯାକ ଦର୍ଶକ
ପାରିଲେ ନି କରି ଉପଭୋଗ।
ଧନୁ ରହିଲା ଧନୁ ବାଟରେ,
ହାତ ଫିଟେଇଲା ନି ମୁଠା
ଟିକ୍ ଟିକ୍ ଆବାଜ ଆଉ
କଲା ନି ଘଣ୍ଟା ।
କି ହେଲା, ଆହା ଏ କି ହେଲା!
ମହାଗଣିତ ହିସାବ କିଏ ଫେଲ କରିଦେଲା!
This poem has not been translated into any other language yet.
I would like to translate this poem
Our own representatives are the cause of failures of democratic system and poverty of the people in general