କ୍ୟା ହୋଗାରେ କାଲିଆ
ଗଜାନନ ମିଶ୍ର
ଅବ ତେରା କ୍ୟା ହୋଗା,
କ୍ୟା ହୋଗାରେ କାଲିଆ!
କାହାଠୁ କେମିତି ରହିବୁ
କେତେ ଦୂରରେ?
ଏମିତି ବି କହନ୍ତି ତତେ
ନ ଚ ସ୍ତ୍ରୀ ନ ଚ ପୁରୁଷ।
ସ୍ତ୍ରୀ ତ ମଲାଗଲା ହୋଇ
କାମୁଡିଛି ମାଟି।
ପୁରୁଷ ପାଇଛି
ଶତ ସିଂହର ବଳ।
ଯା ଯା
ହଣ୍ଡିରଣ୍ଡିଙ୍କୁ ନଚଉ ଥା,
ଭୋକରେ ମାରୁ ଥା,
ଦାଦନ ଖଟଉ ଥା,
ଆଉ ତୋ ଜୟବିଜୟ,
ଚଣ୍ଡମୁଣ୍ଡସବୁର ଲଙ୍ଗଳା
ନାଚ ଦେଖୁ ଥା,
ଆଉ ତୋଠି ତୁ
ଆହୁରି ବେହୋସ ପଡି ଥା।
ସକାଳ ପାଇଲେ
ପଚାରୁ ଥା ସବ୍ ଠିକ୍ ହେ!
ମିଳୁଥାଉ ଉପରବାଲାକୁ ଉପୁରି,
ତଳବାଲାକୁ ଖପୁରି ।
ଯାଉଥାଉ ନଈପାଣି ସମୁଦ୍ରକୁ,
ସମୁଦ୍ରପାଣି ଆକାଶକୁ।
ଆକାଶକୁ ଅନାଉ ଅନାଉ
କାଳିଆରେ ମୋ ଜୀବନ
ଯାଉଛି ତ ଯାଉଥାଉ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/5/2019
This poem has not been translated into any other language yet.
I would like to translate this poem
Time is there to take actions