ଗାଳିର ରଙ୍ଗ
ଗଜାନନ ମିଶ୍ର
ଗାଳିର ରଙ୍ଗ
ଛାଡେ ନି ବେ।
ନିରୋଳା ପ୍ରେମରୁ
ବାହାରେ ଗାଳି।
ଆଉ ତୀବ୍ରଘୃଣାରୁ
ବାହାରକରେ
ତୋଷାମଦକାରୀ
କରତାଳି।
ଯିବାର ଅଛି ତ
ଯା, କରତାଳି ମାଡରେ
ପୋଡି ମରିବୁ ତ ମର୍।
ମୋ ପାଖରେ
ଯଦି ରହିବୁ
ମା ଝି ସତରପଟିଆ
ହୁଡା ଶୁଣିବୁ
ସୁଖ ପାଇବୁ
ସ୍ନେହ ପାଇବୁ
ଭବିଷ୍ୟତ ଗଢିବୁ
ସାରା ଜଗତଠୁ
ୱା ୱା ଶୁଣିବୁ।
ତୁ କାହାର ଥିଲୁ,
କାହାର ଅଛୁ
କାହାର ହେବୁ
କହି ଦେ
କେତେ କଣ ଜାଣିଛୁ!
ଆରେ ପସନ୍ଦ ଆସୁନି ତ
ଯା, ମକରା ଜାଲରେ
ଉଚକି ହ।
ଆଉ ରହିବୁ ଯଦି ମୋଠି
ବହି ଖୋଲି ପଢି ବସ,
ଲୋକ ଚିହ୍ନି
ପି ଚାଲ ଜୀବନ ରସ।
ଏ ରସରେ ଏମିତି ରଙ୍ଗ,
ଏ ରଙ୍ଗର ହୋଲି
ଏଇଠି ଖେଳ୍।
ଏଇଠି ତୁ ପାଇବୁ ସବୁ
ସତ ସତ ସତ।
ତୁ ମୋର ମିତ
ଯିଏ ଚିନ୍ତା କରେ ସଦା
ତୋର ଇ ହିତ।
ଆବେ ବେ ଆ
ଆଉ ଢୋକେ ପି
କଷାପିତା
ଆଉ ହ ଯା
ଜଗତଜିତା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/3/2019
Take pain, hear criticism and live a successful life, dear men
This poem has not been translated into any other language yet.
I would like to translate this poem
Wow/ darling gaja how are you my darling poet. This is very lovely darling Gaja. You nicely draw flowers here.