ଷଣ୍ଢା ଶକଟା ଧେନୁକା ବକା
ଗଜ ଅଶ୍ୱ ତ୍ରୋଣା ବ୍ୟୋମା ଅଘା
ସମସ୍ତେ କଂସ ସହିତ
ଶୋଷିବାରେ ବ୍ୟସ୍ତ ରାଜ୍ୟର ରକ୍ତ,
ଆଉ ସବୁ ଲୋକ ଭୟରେ ଉଚ୍ଚାଟ।
ଘରେ ଘରେ ଗାଁ ଗାଁରେ ଅନୀତି,
ଉଜୁଡା ହେଉଛି ମାଟି।
ନାନାଦି ଉପାୟ କରି
ବୃଥା ନିନ୍ଦା ଅପବାଦରେ
ଜ୍ୱାଇଁ ଭଣଜାକୁ କଷ୍ଟ ଦେଇ
ହେଉଛନ୍ତି ତୁଷ୍ଟ। ଚାଲିଛି ଦେଖ,
ଦାନବର ସଙ୍ଗେ ମାନବର ମେଳ,
ରାଜ୍ୟର ସବୁଠି ମହାଗୋଳ।
ଡରିମରି ବୋଲନ୍ତି ନି କିଛି କେହି,
ଲୁଟପାଟ ହିଂସାକର୍ମରେ ସଦା
ସେମାନେ ଦୁଷ୍ଟଦେହୀ।
This poem has not been translated into any other language yet.
I would like to translate this poem