ପେଚା ସହିତwith Owl Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପେଚା ସହିତwith Owl

Rating: 5.0

ରାତିରେ କଣ ହୁଏ
ଜାଣେ ପେଚା।
ପେଚା କଣ କହେ?
ଦେଖେ କଣ?

ପେଚା ଉପରେ
ରଚନା ହେବ ଲେଖି,
ହେବ ନି କିନ୍ତୁ
କବିତା ଫାନ୍ଦି।

କରିଥିଲେ ଚେଷ୍ଟା
କବି ରାଜେନ୍ଦ୍ର।
କହିବି ନି କେତେ
ମିଳିଥିଲା ସଫଳତା।

ସେଇ ତାର ଉପରେ ବସି
ହୁଟ୍ ହୁଟ୍ କରୁଛି ପେଚା,
ଭୟଙ୍କର ବିକଟାଳ।
ବଢୁଛି ରାତିର ଅନ୍ଧାର।

ଏ ରାତି ନୁହେଁ ସରିବାର,
ଏ ଜୀବନ ନୁହେଁ ହଜିବାର।
ଜାଣେ ପେଚା, ବୁଝେ
ପୁଣି ଦୁଃଖର ଭାଷା।

ପେଚା ସହିତ ନ ରହିଲେ
ହେବ ନି କହି କଣ ଆଉ
ରହିଛି ଆହୁରି କୋଉଠି,
ରଙ୍ଗ ଜଣେଇବା ଥାଉ ସେଠି।

ପେଚାକୁ ପେଚା
ନ କହିବାଟା ଭଲ,
କହିଲେ ଦେଖୁନ
ପଶୁଛି ଶଲ।

ଦିନସାରା ଥିବ କୋଉଠି,
ଭଲମନ୍ଦରେ ନାଇଁ ଦେଖା।
ମାଈ ଅନ୍ଧାର ହେଲେ
କୋଉ କୋରଡରୁ ବାହାରି
ପଢିବାକୁ ଚାହିଁବ
ତାକୁ ନେଇ କଣ ସବୁ
ହୋଇଛି ଲେଖା।

ନାଟତାମସା ସବୁ
ଏ ପେଚାକୁ ନେଇ।
ପେଚା ଇ କହିବ
ଆଗକୁ ଆଉ କଣ ସବୁ
ହେବାର ଅଛି।

ପେଚା କଥା ପେଚାଠି ଥାଉ,
ଯାଅ, ଯାଅ ଶୋଇବ ଯାଅ।
ମଣିଷତ୍ୱଟା ଲିଭି ନ ଯାଉ
ମନର ଭୟଟା ଆଉ ନ ରହୁ।

Friday, August 31, 2018
Topic(s) of this poem: bird
POET'S NOTES ABOUT THE POEM
written in odia language, odia is the official language of Odisha India. It is about the relationships in between bird and men
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success