ୟଲୋ ରେଡ
ଗଜାନନ ମିଶ୍ର
କେମିତି ଯିବା?
ୟଲୋ ୱାର୍ଣିଂ ଦେଖଉଥିଲା
ଗତକାଲି, ଏବେ ସକାଳୁ
ଦେଖେଇଲାଣି ରେଡ୍।
ଏପଟେ ଗତକାଲିଠୁ ହେଇଛି ଖୋଲା
ହୀରାକୁଦର ଛୟାଳିଶଟି ଗେଟ୍।
ସୋନପୁର, ବଉଦ ଆଉ
ନୟାଗଡ, ନୂଆ ଗାଁ, ଖୋର୍ଦ୍ଧା
ରାସ୍ତା ଉପରେ ଆଣ୍ଠୁଏ ଜଂଘେ ଲେଖାଁ।
ମଣ୍ଡୁଳି କଟକ ଯାଜପୁର କେନ୍ଦ୍ରାପଡା
ପୁରୀ ନିମାପଡା କଣାସ ବ୍ରହ୍ମଗିରି ଚିଲିକା
କଣ ଯେ ସେ ସବୁର ଅବସ୍ଥା
ଆଉ କଣ କହିବା!
କେମିତି ଯିବା? କୋଉଠିକି ଯିବା?
ଘରୁ ବାହାରିବାକୁ ପୂରା ମନା
ଘରେ ଘରେ କରୋନା
ବାହାରେ ପାଣି ଆଉ ପାଣି ବନ୍ୟା।
ପୁଣି କହିଲାଣି କଣ ନା!
ପ୍ରଚଣ୍ଡ ଲଘୁଚାପ କୂଳଲଂଘି
ଆସିବାକୁ ହେଉଛି ତୟାର
ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ
ଚାଷୀ ମୂଲିଆ ଥାଅ ତୟାର।
କିଛି କାମକୁ ନୁହେଁ ଏ ଶଳା ସରକାର!
ସହି ସମ୍ଭାଳି ଥାଅ ରହି ଯେ ଯାହାର।
ଭାବିଛ କି ଆସିବ ଆଉ
କୋଉ ଗୋପବନ୍ଧୁ
କି ମଧୁବାବୁ!
ଛାଡ ସେ ସବୁ
ହେଇଟେକ୍ ଡିଜିଟାଲରେ
ହେବ ଆକାଶ ଘୂରା
କିଏ କେମିତି ଭାସିଲା
କୋଉଠି କଣ ଭାଜିଲା
କଣ ବୁଡି ରହିଲା
କାହାକୁ ଭୋକ ଶୋଷ
ସବୁ ହେବ ମପା!
ରହ, କର ଅପେକ୍ଷା।
ସବୁ ସଚିବ ମୁଦ୍ରା ରାକ୍ଷସଙ୍କୁ
ହେଲାଣି ଚାର୍ଜ ଦିଆ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
31/08/2020
This poem has not been translated into any other language yet.
I would like to translate this poem