ସବୁ ଭିତରେ ମୁଁ
ଆଉ ମୋ ଭିତରେ ସବୁ ।
ବଂଚିଛି ମୁଁ ।
କିଏ ପୁଣି କୋଉଠି
ମାଟି ଛୁଇଁ କରୁଛି ପ୍ରଣାମ ।
ଆଉ କିଏ ହାତ ଟେକି
କହୁଛି ଛୁଉଁଛି ଆକାଶ ।
ମୁଁ ପୁଣି ହେଉଛି ଅନେକ ଭାଗ ।
ପଶୁ ପକ୍ଷୀ ଗଛଲତା
ସବୁ ମୋର ଆଉ ମୁଁ
ସମସ୍ତଙ୍କର ।
ମୁଁ ନର, ମୁଁ ରାକ୍ଷସ,
ମୁଁ ପୁଣି ଦେବତା,
ମୁଁ ମୋର କ୍ରିୟା କର୍ମ କର୍ତା ।
This poem has not been translated into any other language yet.
I would like to translate this poem