ଆଜିର ସକାଳ
ଦେଖେଇଦେଲା ତୁମ ମୁହଁ,
ତୁମମୁହଁ ଦେଖି ମୁଁ
ହଜେଇଦେଲି ମତେ ।
ଆଜିର ସକାଳ
କହିଦେଲା କାନେ କାନେ,
ହଜା ନା ରେ ହଜା ନା
ପାଇଛୁ ଯାହା ଏଇନେ ।
ମୁଁ ମୋର ଗଲି ରହି ଏଇଠି,
ତାନାବାନା ଗୀତ ଗାଇ
ଶୁଣେଇଲ ଯେତେ ଯାହା
ହୋଇଗଲି ମୁଁ ବାଇ ।
ହେଲା ଯେ
ସକାଳ ଦେଲା ବୁଜି ଆଖି ।
This poem has not been translated into any other language yet.
I would like to translate this poem