ତର ତର କଣ ପାଇଁ ଏତେ?
କିଏ କଣ କୁଆଡେ ଯାଉଛି ସତେ?
ସବୁ ବିରୋଧାଭାସ ଭିତରେ ବି
ସତ୍ୟ ଦେଖାଯାଉଛି ମତେ ।
ଯେମିତି ଦେଖି ପାରିଲା ଲୋକକୁ
ସୂର୍ଯ୍ୟ ଦିଶେ ସୂର୍ଯୋଦୟ ପୂର୍ବରୁ
ଆଉ ସୂର୍ଯ୍ୟାସ୍ତ ପରେ ।
ଆଖି ଆଉ ଶବ୍ଦର ଯେ ଏତେ
ଘନିଷ୍ଠତା, ଜାଣିଲା ଲୋକ ହିଁ
କହିଦେବ ଗୁରୁତ୍ଵ ସବୁ କଥାର ।
ତଥାପି କହି ହେବ ନି ମିଛ,
ହେବ ନି ବି ଠଉରେଇ କୋଉ
ଚଢେଇ କୁଆଡେ କେତେବେଳେ
ଫୁର୍ ର୍ କରିଦେବ ।
This poem has not been translated into any other language yet.
I would like to translate this poem