ଗାଉଛି ଗୋଟେ ଗୀତ
ପାଂଚ ଟଙ୍କିଆ ଡାଲମାଭାତ।
ପିଉଛି ଟିକେ ମଦ
ବିକିଭାଂଜି ପ୍ରେମପଦ।
ବିଜୁ ପକ୍କାଘର
କରୁଛି ହରବର।
ଏ ସମୟ ତୁମର
ଏ ସମୟ ମୋର।
କରୁଛି ଉତ୍ସବ ଅନ୍ଧାର
ନା ତୁମର ନା ମୋର।
ଗଛ ନାଇଁ କି ନାଇଁ ପତର
ମାଟିର ରଙ୍ଗୀନ ନବ କଳେବର।
This poem has not been translated into any other language yet.
I would like to translate this poem