ହେଉଛି ଯୋଉଟା
କାହାର ଶକ୍ତି ଅଛି
ରୋକିବାକୁ!
ଯୋଉଟା ନ ହେଉଛି
ନ ହେବ ଆଗକୁ
କହିବ କିଏ!
କହି ହେବ ନି
କାହା ସାଙ୍ଗରେ
କିଏ କେତେବେଳେ।
କହି ହେବ ନି
କିଏ କହିବ କେମିତି
କଣ ପାଇଁ କାହାକୁ।
ଯାହା ନ ହେଉଛି କହି
ବଢୁଛି ରକ୍ତଚାପ
ତାକୁ ଇ ନେଇ।
ଚାପ ବଢିଲେ
କଣ ହେବ କୋଉଠି
କହିବାକୁ ଅଛି କିଏ!
This poem has not been translated into any other language yet.
I would like to translate this poem