ଆମେ ଅବୁଝା ତଥାପି,
କି ରୁକ୍ଷ ଜାତି!
ଫୁଲ ଆଉ ପକ୍ଷୀ
ସମ୍ଭାଳି ନ ରହିଲା ପରି
ଅପେକ୍ଷାରେ କାହାର ଆଜି!
ଘଡିକ ପାଇଁ
ସମୟକୁ ହାତରେ ଧରି
ଆମେ ଜାଗ୍ରତ ପ୍ରହରୀ!
ଆମରି ନିଆଁରେ
ଆମେ ଝଟକୁଛୁଁ
ଆଉ ଝଟକାଉଛୁଁ
ସାରା ବିଶ୍ୱକୁ।
ଉଠୁଛୁଁ ଆମେ
ଆକାଶ ଆକାଶ ବ୍ଯାପିବାକୁ ।
This poem has not been translated into any other language yet.
I would like to translate this poem