1.
ଗୋଡଚଟା କୁତ୍ତା ଜାଣେ ବିଷ ଲେପି ସଜ ପାଇଲେ,
ମରୁ କି ତରୁ କିଏ ଭାବେ ନା କେବେହେଲେ।
ଦଦରା ନାବରେ ଯିଏ ସମୁଦ୍ର ଲଂଘିବାର ସ୍ୱପ୍ନ ଦେଖେ,
ଜାଣେ କେମିତି ବାହିବ ଆଉ ଗତି କରିବ କେଉଁଆଡେ।
ଯିଏ ଯେଉଁଠି ଯାହା ପାଇଲେ ଚୁପ୍ ଚାପ୍ ଲଦି ପିଠିରେ
ଖସିଗଲାବେଳେ ଜଣାପଡିଯାଏ ମତଲବ ସବୁ ଏଠାରେ।
କଥା କହିଲାବେଳକୁ ଷଣ୍ଢ ହୁଙ୍କାର ଆଉ ଭିତରେ ଭିତରେ
ସଲାସୁତୁରା କରି ଜାକିଦିଏ ଅନ୍ୟକୁ ପଙ୍କରେ
ଜାଣିଥାଏ ଯଦିଓ ପଦ୍ମ ଫୁଟିବାର ବେଳ ଇଏ।
2.
ଏମିତି ଚାଲିଥିବ
ତୋର ମୋର କଳିତକରାଳ।
କେହି କାହାକୁ ଚାହୁଁ ନ ଥିବା
ଉଠିବା ଉପରକୁ।
ସଜ ଦେଖି ଜଳାଂଜଳି ଦେଇ
ମାନ ଇଜ୍ଜତ ପଳାଉଥିବା
ଅନ୍ଧାର ଭିତରକୁ।
ଓଲଟପାଲଟ ହେଉଥିବା ଜିଭକୁ
ରଖିବା ଆୟତ୍ତରେ
ନାଇଁ ସାହସ।
ମରୁଥିବା ଉଭୟେ,
ହସୁଥିବା ଉଭୟେ ଉଭୟଙ୍କୁ ଦେଖି।
ନ ଥିବ ସତ ବୋଲିବା ଜିନିଷ ଟିକିଏ।
କହୁଥିବା କଥା
ଥାଉ ନ ଥାଉ ଅର୍ଥ।
ଥିବା ଥିବା ଆଉ ପଳାଉଥିବା
କୁଆଡେ ନା କୁଆଡେ ସବୁବେଳେ,
ସମସ୍ତ କୋଳାହଳ ଆଉ ନୀରବତା ଧରି
ରହିଯାଇଥିବା ପରସ୍ପରଠାରେ।
This poem has not been translated into any other language yet.
I would like to translate this poem