ମା ମରି ପଡିଛି,
ପୁଅ ଝିଅ ଏଣେ ବ୍ୟସ୍ତ
ତାଣ୍ଡବରେ ଅଗଣାରେ।
ମା ମରି ପଡିଛି,
କିଏ କେତେ ପାଇଲା
କିଏ କେତେ ନ ପାଇଲା
ମାଟି ଦୁଲୁକିଲା।
ମା ମରି ପଡିଛି,
ସବୁ ଯାଇଛି ପୋଡି
ମା ଭାଷା,
ପୁଅ ଝିଅ ମାଗିଖିଆ
ରଇଜଳା ରାଜା
ଦେବ ସବୁ କହୁଛି
ରଖି ଥ ଆଶା।
ମା ମରି ପଡିଛି,
ଘର ଗାଁ ଉଜୁଡିଛି,
ୟେ ତାକୁ
ସେ ୟାକୁ
ଦେଖି ନେବ କହୁଛି।
ମା ମରି ପଡିଛି,
ସ୍ୱପ୍ନ ସବୁ ଯାଇଛି,
ଏ ଜନ୍ମରେ ଭେଟ ନାଇଁ ଆଉ,
ଆର ଜନ୍ମ କଥା କିଏ ଜାଣିଛି!
This poem has not been translated into any other language yet.
I would like to translate this poem