ଚର୍ଚା
ଗଜାନନ ମିଶ୍ର
ଚର୍ଚା,
କି ଚର୍ଚା?
କାହା ସହିତ ଚର୍ଚା?
ନିଜକୁ ନିଜେ ପଚାର।
ଖାଉଛୁ ଯାହାର,
ହଗୁଛୁ ତା ମୁଣ୍ଡରେ ।
ପ୍ରମାଣ ଦେ ସଚ୍ଚୋଟତାର!
ନିଜକୁ ନିଜେ
ଭୁଷି ହ ନା ଛୁରୀ।
ଦେଖେଇ ହଉଛୁ ଯେଡେ
ନୁହଁରେ ତୁ ତେଡେ।
ଫାଇଦା ନେ ନା
ଖାପଚରେ ପକାଇ
ଅଜ୍ଞାନକୁ ।
ସ୍ୱୀକାର କରି ନେ
ନିଜଠି ଅଛି
ଯେତେ ଅନ୍ଧାର।
ଠକି ଦେ ନା ନିଜକୁ
ପାଇବୁ ନି ନିସ୍ତାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/5/2019
This poem has not been translated into any other language yet.
I would like to translate this poem