ପକ୍ଷୀ Bird, କବି Poet, ଉଜାଲା Light Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପକ୍ଷୀ Bird, କବି Poet, ଉଜାଲା Light

Rating: 5.0

1.

ପକ୍ଷୀ Bird

ମୁଁ ମୋର ଅଛି,
ଚୁପ୍ ଚାପ୍ ବସିଛି,
ଏଇ ଡାଳରେ ଏମିତି,
ଆଉ ନିରେଖି ନିରେଖି
ଆକାଶ, କାଟୁଛି ସମୟ।

ସମୟ ଚାହୁଁଛି
ହରାଇବାକୁ ମତେ,
ପାରୁ ନି।
ମୁଁ ମୋର ବଦଳଉଛି
ମୋର ଆକାଶ।

ମୋ ଆକାଶରେ ମୁଁ,
ଗାଉଛି ଗୀତ ଉଡୁ ଉଡୁ।
ଧରି ରଖିଛି ସମୟକୁ
ଆଉ ଅଛି ସଦା ଏଠାରେ।

2.

କବି poet

କୋଉମାନେ ହେବ କବି
ଏପ୍ଲାଏ କର,
ଏଡ କରିଛନ୍ତି ସରକାର।
ମିଳିବ ଲାଇସନ୍ସ,
ରହିବ କଣ୍ଡସନ୍ସ।
କଣ ଲେଖିବ,
କେତେବେଳେ ଲେଖିବ
କଣପାଇଁ ଲେଖିବ,
ଜଣେଇବ ଆଗତୁରା।
ଚାରିଆଡେ ସିସିଟିଭି
ତୁମ ଘରଦୁଆରସାରା।
ହଁ ରହିଲା ଭାଷା,
କୋଉଭାଷାରେ ଲେଖିବ,
କୋଉ ଶବ୍ଦ କୋଉଠି ଖଂଜିବ,
କହିବେ ସରକାରୀ ଠିକାଦାର।
ହଁ ଦଲାଲମାନେ
ଅଛନ୍ତି ଅବଶ୍ୟ ଠାଆକୁ ଠାଆ।
ଉପାଧି ପୁରସ୍କାର ହେବ ବଣ୍ଟା,
ଛକି ବସି ଥ ସମୟ,
ଖିଲାପକଲେ କେବେ କଣ
ଫେରେଇବାକୁ ପଡିବ ସବୁ।
ଲକ୍ଷାଧିକ କଲେଣି ଏପ୍ଲାଏ
ଏତେବେଳକୁ, ଏଣ୍ଟ୍ରି ଫିସ
ଅଧିକ ନୁହେଁ, ମାତ୍ର ପାଞ୍ଚ ଶହ ଟଙ୍କା।
ବିଚ୍ଛିନ୍ନାଞ୍ଚଳ, ପ୍ରବାସୀ ପାଇଁ
ଅଛି ରିହାତି ସୁବିଧା।
ଲେଖିଚାଲ କବିତା,
ପଛେ ପସ୍ତେଇବ ନି,
ଶଳା, ଯାଇଥିଲେ ହଜି ନ ଥାନ୍ତା
ଏତିକିସେତିକି ମାଲମସଲା।

3.

ଉଜାଲା Light

ଅଛି ପ୍ରୀତି,
ନାଇଁ ଅସୁବିଧା କିଛି।

ମୂଳୁ କହିଗଲେ ବି
ସମସ୍ୟା ନାଇଁ।

ଉତ୍ପତ୍ତି ଆଉ ସ୍ଥିତି
ଏବେ ଆଗରେ ଉଭା।
ହିଂସା ଆଉ ଅସମତା
ମଝିରେ ମଝିରେ ଏମାନଙ୍କର
ହେଉଛି ଆବିର୍ଭାବ ଯାହା।

ଡିବିରିଟା
ଜଳୁଛି ଅବଶ୍ୟ।

ମୁଁ ମୋର
ଖୋଜୁଛି ଆଶ୍ରୟ।

ତୁମ କହିବା ଭିତରେ
ଅଛି ସତ୍ୟ
ସବୁ ସଭିଙ୍କୁ ଗୋଚର।

ଆଉ ସତ୍ୟ ଅଛି
ସୂର୍ଯ୍ୟରଶ୍ମିରେ,
ଜଳରେ,
ଗଛରେ,
ପତ୍ର ପୁଷ୍ପ ଫଳରେ,
ପଶୁ ପକ୍ଷୀ
କୀଟପତଙ୍ଗରେ,
ପାହାଡରେ,
ମରୁଭୂମିରେ,
ଶବ୍ଦରେ,
ସ୍ମୃତିରେ,
ମେଧାରେ,
ଧୃତିରେ,
କ୍ଷମାରେ।

ମୌନଭାବେ
ବଖାଣ ହୋଇପାରେ,
ହୃଦୟକୁ ହୃଦୟ
ଯୋଡା ଯାଇପାରେ
ସ୍ୱତନ୍ତ୍ରପ୍ରକାରେ।
କିନ୍ତୁ ହୋଇ ନ ପାରେ
ଚିନ୍ତା କରି ପୃଥକ ଭାବରେ।

ଅଛି ଯାହା
ତାକୁ ରଖି କେନ୍ଦ୍ରରେ
କୁହାଯାଇପାରେ ପ୍ରୀତିକୁ,
ଆ ଆ ମହାନଦୀପଟୁ,
ସତମିଛ ପରଖିବାକୁ।
କହିବୁ ନି ପରେ
ଅଯଥା ଏତେ।
ଯାହା ହେଲେ ବି
କ୍ଷୀର ଭାଣ୍ଡରେ
ଲେମ୍ୱୁରସ ପଡିଲେ, ଗଲା
ମନେ ରଖିବା କଥା।
ତୁମର ଅନ୍ଧାରଘେରାକୁ
ହେବ ଭଙ୍ଗା, ରହ
ଦିଏଁ ଟିକେ ଡିଆସିଲି
କାଠିର ଉଜାଲା।

Saturday, September 1, 2018
Topic(s) of this poem: bird,poet
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success