କହି ନ ଥାନ୍ତା ଯୋଉଟା
ଦେଲା କହି।
କହିଲା କଣ ବୁଝିବାକୁ ନ ଯାଇ
ସମସ୍ତେ ବାଇ।
ଝଡିଗଲା ବି ପତ୍ର ଅବଶ୍ୟ
ଦୋଷ ଲଦି ଦିଆଗଲା ଋତୁ ଉପରେ।
ଆଉ ଋତୁ ଚାଲିଲା ନିଜ ବାଟରେ
ନ କହି କାହାକୁ ପଦୁଟିଏ।
କାବା ହେଲେ କେହି
ନୁହେଁ ସେ କଥା।
କିନ୍ତୁ ହେଲା ଯାହା
ଭାଗିଦାର ରହିଲେ ସେଥିରେ
ଅସଲ ସେଇଟା।
This poem has not been translated into any other language yet.
I would like to translate this poem