ଶତ୍ରୁ/ମିତ୍ରenemy/ Friend Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶତ୍ରୁ/ମିତ୍ରenemy/ Friend

Rating: 5.0

ଯଥେଷ୍ଟ,ଅଛ
ଗଜାନନ ମିଶ୍ର

କିଏ କାହାର ଶତ୍ରୁ?
କଣ ପାଇଁ ଶତ୍ରୁ?
ଧେତ୍ ତେରିକି,
ଏ ଶତ୍ରୁ ଶତ୍ରୁ କବଜାରୁ
ରକ୍ଷା କର ପ୍ରଭୁ!
ୟାର ଅର୍ଥ ନୁହଁ
ମୁଁ ଚାହେଁ କାହାର
କେମିତି ମିତ୍ର ହେବାକୁ।

କଣ ନାଇଁ ମୋ ପାଖରେ କି!
ଗଜ ଅଶ୍ବ ସୂର୍ଯ୍ୟ
ଶବ୍ଦ ଢୋଲ ଶଙ୍ଖ ଅନ୍ଧାର!
ବାମ କୁ ଡାହାଣ ବି
ନ ମାପୁଛି ନୁହଁ।
ଥରକୁ ଥର ଦେଖି
ପୃଥିବୀର ରୂପ
ହେଉଛି ବି ଆଶ୍ଚର୍ଯ୍ଯ ।

ମାୟାଧାରୀ ସମୟ,
ଆହୁରି ଆହୁରି ଶୋଭାମୟ।
ଯୋଡା ହେଉଛି କାହାଠି କଣ!
ଛଡା ହେଉଛି କାହାଠୁ କଣ!
ଉପାୟ ଦିଶୁ ନି ଜାଣିବାର
କଲେ ବି ଯେତେ
ମିଶାଣ ଫେଡାଣ
ଗୁଣନ ହରଣ।

ସାଧ୍ୟ ହେଉ ନି ଶବ୍ଦ,
ସାଧ୍ଯ ହେଉ ନି ମନ।
ପୁଣି ପାଣି ପୁଣି ପବନ
ଶଙ୍କା ପଶେଇବାରେ ବ୍ୟସ୍ତ
ଅନୁବ୍ରତ ଚଉପାଶ।
କୋଉଟା ସ୍ୱର୍ଗ
କୋଉଟା ମର୍ତ୍ତ୍ୟ
କିଏ ଜୀବିତ କିଏ ମୃତ! !

ହାତପାଦ ମୁହଁ ଧୋଇ ପଶ,
ପଶ ପଶ ଆଉ ଦେଖ ସ୍ୱପ୍ନ
ନାହିଁ ଯାହାର କୋଉଠି ବି ଶେଷ।
ତଫାତ ନାଇଁ କିଛି
ପଣ୍ଡିତ କି ମୂର୍ଖ ।
ନାଇଁ ତଫାତ୍
ଯାଉଛ କି ଆସୁଛ!
ଯଥେଷ୍ଟ,ତୁମେ ଅଛ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/7/2019

Tuesday, July 23, 2019
Topic(s) of this poem: life and death
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success