କରୋନାକୁ ଡରନା
ଗଜାନନ ମିଶ୍ର
ଡରୁଛ କି କରୋନା?
ନା ନା ଆଦୁ ଡରନା।
ଯାହା ହେଲେ ବି
ଆମେ ମଣିଷମାନେ
ମାଟିର ସନ୍ତାନ
ଅମୃତର ସନ୍ତାନ।
କାରଣ ନାଇଁ ଡରିବାର
ଯେତେ ଯାହା ହେଲେ ବି
ଜୀବନ ରହିବ
ରହିଥିଲା ଆଉ ରହିଛି ବି।
ଡର ନା,
ଟିକିଏ ସତର୍କ ରହ,
ଡରିବାର ନାଇଁ କିଛି ।
ତୁମର ଜୀବନ ସଦା ଏଇଠି
ଏଇମିତି ଝଲସୁଥିବ ଆଜି ପରି।
ଡର ନା,
ସବୁଦିନେ ତୁମେ
ପ୍ରେମରେ ଶ୍ରଦ୍ଧାରେ ମହାନ।
ଭାବନାକୁ ଠିକ୍ ରଖ
ନିଜେ ଜିଇଁ ରହ ଆଉ
ଅନ୍ୟମାନଙ୍କୁ ଜିଇଁ ରହିବାର
ସୁଯୋଗ ଦିଅ।
ସତ ଯେ ଆମେ ଦୁଃଖରେ,
ଦୁଃଖି ଆମେ।
ସତଯେ ଦୁଃଖ ସରେ ନା,
ଦୁଃଖ ଭିତରେ ଇ ଥାଏ ସୁଖ
ତୁମେ ବି ତ ସ୍ୱୀକାର କର।
ଡର ନା, ଆଦୁ ଡର ନା,
ସମସ୍ତଙ୍କ ପାଇଁ ଏ ପୃଥିବୀ,
ଆଉ ଏଠି କରୋନା ତ ରହିବ ଇ।
କରୋନା କଣ କିପରି
ଜାଣିବାର ଅଛି ଆଉ
ଆମେ ଯେ ଝା ବାଟରେ
ଆଗକୁ ବଢିଯିବାର ଅଛି।
ନିଜଠି ନିଜେ ରହ ଖାଲି
ଆଉ ନିଜ ଭିତରୁ ନିଜକୁ
ମୁକୁଳେଇ ନେବାର ଅଛି
ଯେତେ ରହିବାର ଅଛି ରହୁ
ଯୋଉଠି ଯାହାର ଇଚ୍ଛା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
11/07/2020
This poem has not been translated into any other language yet.
I would like to translate this poem