କାଚଫୁଲ ପାଇଁ For The Flower Of Glass Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାଚଫୁଲ ପାଇଁ For The Flower Of Glass

Rating: 5.0

ସବୁ କଳି ସେଇ ଗୋଟିଏ କାଚଫୁଲ ପାଇଁ।

ଏପଟେ ସେପଟେ ଖାଲି କୁହାକୁହି
ହେଲେ ମୋର ମୋର।

କଥାରୁ ଉପରକୁ ଉଠିଲା ରକ୍ତ ଯାଏ।

ଥାନା କଚେରୀ ଭିତରକୁ ବି ପଶିବାକୁ ହେଲା।

ଶାନ୍ତି ହଜିଲା ଗାଁରେ।
କାଚଫୁଲ ଯେ ଫୁଟିଲା କେମିତି ମନ୍ଦାର ଗଛରେ
ହେଲା ନାହିଁ ଗବେଷଣା।

ବର୍ଷିଲା ପଛେ ନିଆଁ ଉପରେ ନିଆଁ।

ଏମିତି ସଇତାନୀ ଚାଲ୍ ଯେ ପଡୋଶୀଙ୍କର ହୋଇପାରେ
କଳ୍ପନା ବି ନ ଥିଲା ଅମୂଳକ।

କିନ୍ତୁ ଆମେ ସମସ୍ତେ ଯେ ଫୁଲର ସୁରକ୍ଷା ପାଇଁ
ବ୍ୟାକୁଳ ସନ୍ଦେହ ନାହିଁ କାହାଠି।

ଫୁଲଟା କେବେ ମଉଳିବ ତାହା ତ ଭିନ୍ନ ପ୍ରସଙ୍ଗ।
ଫୁଲ ଯେ ବାସ୍ନା ପୂରା ଚହଟେଇବା ପୂର୍ବରୁ ତଳେ ପଡି
ଚୂରମାର ନ ହେବ କିଏ କହିବ?

ଫୁଲ ନୁହେଁ କାହାର,
ଫୁଲରୁ ଯଦିଓ ଆବିର୍ଭାବ ସଭିଙ୍କର।

Wednesday, January 17, 2018
Topic(s) of this poem: life,women
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success