1
ଭାବ ସହିତ ଭାବର,
ଭାଷା ସହିତ ଭାଷାର,
ମଣିଷ ସହିତ ମଣିଷର
କଣ ପାଇଁ ପ୍ରତିଯୋଗିତା!
ସହଯୋଗିତାରେ ଉନ୍ନତି,
ପ୍ରତିଯୋଗିତାରେ ଅବନତି;
ବେଳ ଥାଉ ଥାଉ ବୁଝ ମହାମତି!
2
'ହୁକୁମ'ଆଦେଶ'order' ଆଦି ଶବ୍ଦ
ଆମର ନୁହେଁ।
ଏଇଟା ସବୁ ରାଜାରାଜୁଡା ଉପନିବେଶବାଦର।
ଏଇ ଶବ୍ଦସବୁ ସାର୍ବଭୌମ ଗଣତନ୍ତ୍ରର ଖିଲାପ।
ଜନଗଣଙ୍କ ସେବା ନିଯୁକ୍ତ କର୍ମଚାରୀବୃନ୍ଦ
ନିଜ ଅନ୍ନଦାତାଙ୍କୁ ଲେଖି ପାରିବେ?
କୁହନ୍ତୁ କିଛି ଜ୍ଞାନୀଗୁଣୀ ଯତି!
This poem has not been translated into any other language yet.
I would like to translate this poem