ଅନେକରୁ ଅନେକ
ଗଜାନନ ମିଶ୍ର
ଅନେକରୁ ଅନେକ
ଯାଉଛନ୍ତି ହଜି
ଅସ୍ମିତାକୁ ଖୋଜୁ ଖୋଜୁ।
ମଲେ ଗଲେ ହଜିଲେ
କାନ୍ଦିବାର ନାଇଁ କିଛି,
କାନ୍ଦିଲେ କଣ କିଛି ଓଲଟେ କି!
ଏଠୁ ଗଲେ ସିଧା
ମିଳିଯାଏ ସତ୍ୟ ନଗର,
ଯାଉ ଯାଉ ଘୂରିଗଲେ ଯଦି
ବାଁ ଡାଁ କୋଉଠି
କଣ ଲାଭ କହିକି!
ନୌକା ଯାଏ
ବିନା ପାଣିରେ ବି
ଜଣା ନାଇଁ କି!
ଆଉ ସବୁ ଜାଣି
ନିଶାରେ କି ମାୟାରେ
ଫସିଲେ ଯଦି
କଣ କରି ହେବ କି!
ଯୋଉଟାକୁ କରାହୋଇଛି
ଆପଣାର ନ ହେଲା ତ ନ ହେଲା
କୋଉ ପୋଥି ପୋଡିଲା କି!
ହଲି ଟହଲି
ପହଂଚିଗଲେ ଯଦି
ନାଇଁ କହିବାର ଆଉ କିଛି।
09437366644
This poem has not been translated into any other language yet.
I would like to translate this poem