1
ଖେଳ
ହୋଇ ନି ଆରମ୍ଭ
ସରି ଆସିଲାଣି ସବୁ।
ବର୍ଷାଧିକ
ହିସାବ ମିଳୁ ନି
ଦୌଡୁଛି ଗାଡି।
ସ୍ଥିର ନାଇଁ
ମନ ହୃଦୟ
ଆଉ ସୂର୍ଯ୍ୟୋଦୟ।
ଇଚ୍ଛା ନାଇଁ
ରହିବାକୁ କି
ଯିବାକୁ କୋଉଠି କେଉଁଆଡେ।
2
ଯାହା ଇଚ୍ଛା କର,
ରଖ କି ନ ରଖ,
ଆସ କି ନ ଆସ।
ସବୁ ଆକାଶ।
ଭିତରେ ବାହାରେ
ନାଇଁ କିଛି।
ଆଉ ହେଉଛି ଯାହା
ହେଉ ନ ଥିଲା କେବେ
କୋଉଠି ଏମିତି।
ଥାଅ କି ନ ଥାଅ
ଯାଅ କି ନ ଯାଅ
ଦିଶୁଥାଉ ହସ।
This poem has not been translated into any other language yet.
I would like to translate this poem