ସରକାର ଆଉ ସମୟ Government And Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସରକାର ଆଉ ସମୟ Government And Time

Rating: 5.0

1

ତୁମର ନାଇଁ ଦରକାର, ସରକାର।
ଗଜାନନ ମିଶ୍ର

ଅନୁମତି ଦିଅ, ବାପା,
ମୋ ହିସାବରେ ବଂଚିବାକୁ ଚାହେଁ ମୁଁ
ଏ ଆକାଶ ତଳେ, ଏ ପ୍ରକୃତି କୋଳରେ।
ଚାହେଁ ନା ଦେବାକୁ ଚୋର ଥଣ୍ଟଙ୍କୁ
ପଇସାଟିଏ ଆଉ।
ବାପା, ବଡ ଥଣ୍ଟ ଅଛି କି କୋଉଠି କିଏ
ବଳି ସରକାରଠାରୁ?
ବସିଲେ କହୁଛି ଦିଅ ଟଙ୍କା,
କାଶିଲେ କହୁଛି ଦିଅ ଟଙ୍କା,
ଚାଲିଲେ ବୁଲିଲେ କହୁଛି ଦିଅ ଟଙ୍କା।
ସ୍ପଷ୍ଟ ଭାଷାରେ କହିଦେବାକୁ ଚାହେଁ
ସରକାରକୁ, ସାକ୍ଷୀ ତୁମେ ବାପା,
ସରକାର, ସରକାର, ଓ ସରକାର,
ତୁମକୁ ମୋର ନାଇଁ ଦରକାର।
ସୂର୍ଯ୍ୟ ଦେଉଛି ଆଲୁଅ ମତେ,
ତୁମେ ଦେଉଛ ଖାଲି ଅନ୍ଧାର, ହେ ସରକାର!
ମୋ ସରକାର କହି ଭଣ୍ଡାଉଛ,
ମଦ ପାଣି ପିଆଇ ହୋସ ବୁଡାଉଛ,
ଗୋଡାଣିଆ ଚାମଚା ତିଆରିରେ ଲାଗି ପଡିଛ,
ଦିଅଁର ସବୁଖାଇ ସାରା ମାଟିକୁ ନଷ୍ଟଭ୍ରଷ୍ଟ କରୁଛ,
ହୋ ସରକାର, ତୁମକୁ ଜୁହାର, ଜୁହାର।


2
ସମୟ ସହିତ ଖର୍ଚ୍ଚ।
କାହାର ସମୟ?
ସତରେ ସରୁଛି ସମୟ
ନା ସରୁଛେ ଆମେ!

ଦେଖି ପାରୁଛେ
କଣ କିଛି
ଏଇ ସମୟରେ ଏଠି?
ନା ଆଖି ନାଇଁ!

ଉଠୁଛି କୋହ
ଉଛୁଳୁଛି ସ୍ନେହ
ପ୍ରାର୍ଥନାରେ ପଡୁଛି ଜଣା
କାହାଠି କେତେ ସମୟ ।

ସମୟର ସ୍ୱର
ବାରି ହେଉଛି ସ୍ପଷ୍ଟ ।

Saturday, November 30, 2019
Topic(s) of this poem: time
COMMENTS OF THE POEM
Gajanan Mishra 30 November 2019

Government - great cheater, and time is passing away from us.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success