ଅଲଗା
ଗଜାନନ ମିଶ୍ର
1
କୋଉଥିପାଇଁ ଜାଣେ ନା,
ତୁମେ କରୁଛ ମତେ ଅଲଗା।
କୋଉଥିପାଇଁ ଜାଣେ ନା,
ମୋର ସବୁ ନେଲା ପରେ ବି
ଭାଗିଦାର କରିବାକୁ ନାରାଜ
ତୁମର ଏକ ଇଂଚ ଜାଗା।
କୋଉ ଜାଗା ସତରେ କାହାର?
ଏଠି ଜାଗା ଇ ନାଇଁ, ଅଛି
ଖାଲି ନଦୀ, ପାହାଡ, ଝରଣା,
ଅଛି ବୃକ୍ଷଲତା, ଘୋ ଘା,
ଅଛି ଅବାଧ୍ୟ ପୁରୁଷର ମାଟିକାମୁଡା।
2
ଏଇଠି ଇ ସବୁ
ସ୍ୱର୍ଗୀୟ ଆନନ୍ଦ,
ସବୁ ସଙ୍ଗୀତ
ସବୁ ସନନ୍ଦ।
ଏଇଠି ଇ ତାଣ୍ଡବ,
ଏଇଠି ଇ ସବୁ
ସୁନ୍ଦରତାର ମହୋତ୍ସବ।
ପ୍ରତ୍ୟେକ ରଙ୍ଗର ସୌନ୍ଦର୍ଯ୍ୟରେ
ସପ୍ତଅଶ୍ୱର ଦୌଡ।
ଖଂଜାକୁ ଖଂଜା ଆକାଶ ଗୁନ୍ଥା,
ଏଠି ସବୁ ସଫଳତା।
3
ନୀଳ ନୀଳ ସବୁ ଉଜ୍ଜ୍ୱଳ ଉଜ୍ଜ୍ୱଳ,
ସ୍ୱର୍ଗୀୟ ସ୍ୱର୍ଗୀୟ ନିର୍ଭୟ ନିର୍ଭୟ।
ଅର୍ଥ ନାହିଁ କୌଣସି ଅଲଗାତ୍ୱର।
ତଥାପି ତୁମେ ଲାଗି ରହିଛ,
ଆଉ ମୁଁ ତୁମ ପାଖ ପାଖ,
ଚାଲୁ ରହିଛି ଆମର ଅବ୍ୟର୍ଥ ଆସର।
ତୁମେ ମୁକ୍ତ ନା ମୁଁ, ଜାଣେ ନା।
ଗତାନୁଗତିକ ଧାରାରେ ଆମର
ଯଦିଓ ନାଇଁ ବିଶ୍ୱାସ, ଯିବାକୁ ହେଉଛି
ଆମକୁ ଏଇଠୁ, କୁଆଡକୁ
ଯଦିଓ ନାହିଁ ଜଣା କାହାକୁ।
This poem has not been translated into any other language yet.
I would like to translate this poem