ଏଠି ସବୁ ସବୁ Here All, All Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏଠି ସବୁ ସବୁ Here All, All

ଭାବ ଟିକିଏ
ଗଜାନନ ମିଶ୍ର

କେବଳ ନିଜକୁ
ନିଜକୁ ଭାବ
ଭାବ ଟିକିଏ ମଣିଷ!
ଭାବ ଅଛ
ଅଛ ତୁମେ
ତୁମ ମା କୋଳରେ।
ମା କୋଳ
ସବୁଠୁ ଭଲ
ଭଲ ସମୟ।
ସମୟ ସବୁ ତୁମର
ଆଉ ସବୁ ଶୁଭ
ଆଉ ଶୁଭ
ସବୁ କାରୁକାର୍ଯ୍ୟ
ନିତ୍ଯ ନୈମିତ୍ତିକ ।

ସ୍ନେହଭରା
ଏ ପବନ ଏ ପାଣି
ଏ ଆଲୁଅ ଏ ଆକାଶ
ଆଉ ମାଟି।
ଖୋଲାମନରେ
ବୁଲ ଖେଳ,
ସ୍ନେହ ଦିଆନିଆ ଛଡା
ଆଉ ଅଛି କି
କଣ କୋଉଠି!
ଅଛି ସବୁଠି ସବୁ
ସେବା ଯତ୍ନ
ଆଉ ସେଥିପାଇଁ
ଏଠି ସବୁ ସବୁ
ଧନ ଜୀବନ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
13/01/2020

Sunday, January 12, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success