ଘର ଆଉ ଗଛ House And Tree Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଘର ଆଉ ଗଛ House And Tree

Rating: 5.0

1

ଗୋଟିଏ ଘର,
ତିଆରି ସରିଲା
କିନ୍ତୁ ଲଗା ଗଲା ନି
କବାଟ ଝର୍କା
ଘରଟା ଥିଲା
ଠିଆ ମେଲା।

ଦେଖିବାକୁ ଇଚ୍ଛା ଥିଲା
ଯୋଉଟା ଦିଶୁ ନ ଥିଲା।
କାନ୍ଦ ବୋବାଳି ଭିତରେ
ହଜୁଥିଲା ସତମିଛର
ରହସ୍ୟଘେର।

ଗୁପ୍ତ ଆଡ୍ଡା ଆଉ
ଦେଖିଲା କିଏ କାହାର!
ଲୁହ ପୋଛୁ ଥିଲା
କୁହୁଡିଭର୍ତ୍ତି ସକାଳ ପତର।

2

ଗୋଟିଏ ଗଛ,
ଗୋଟିଏ ଗଛ ପାଇଁ
ଯେତେ ଯାହା ଏଠି।
ଗୋଟିଏ ଗଛ ପାଇଁ
ଆମେ ସଭିଏଁ ଏକାଠି।

ଗଛକୁ
ଗଛ କହିଦେଇ
ଛାଡିଦେଲେ ହେବ ନି
ଗଛ କରେ କଣ
ଆଉ ଗଛ ନ ଥିଲେ
ହୋଇଥାନ୍ତା କଣ
ସବୁ ଆଲୋଚନାର ବିଷୟ।

ଗଛକୁ ଗଛ ଜାଗାରେ
ଛାଡିଦେଇ ଆଉ ଅନ୍ୟ କୁଆଡେ
ହେବ ଯାଇ ଏମିତି
ଭାବନା ବି ନାଇଁ।

Tuesday, December 10, 2019
Topic(s) of this poem: life
COMMENTS OF THE POEM
Dr Dillip K Swain 10 December 2019

A brilliant poem dear elder brother! Liked it...........10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success