ଗତ ରାତିରେ
ହେଲା ନାହିଁ କିଛି।
ହେଲା ନାହିଁ କିଛି
ଗତ ରାତିରେ।
ରହିଗଲା ସବୁ ଅଧୁରା
ହେଲା ନାହିଁ କିଛି ପୂରା।
ଗତ ରାତିରେ
ଯେ ଯୋଉଠି ଆମେ ରହିଲେ।
ଯେ ଯୋଉଠି ରହିଲେ
ଗତ ରାତିରେ।
କିଛି ନ ହେବାର ଅବଶୋଷ
ରହିଗଲା ଭିତରେ।
ଗତ ରାତିରେ
ଘର ସାମ୍ନାର ତେନ୍ତୁଳିଗଛ ଉପରେ
ହୁଟ ହୁଟ କରୁଥିଲା ପେଚା।
ଗତ ରାତିରେ
ପ୍ରିୟ ଆଳାପ ସବୁ
ହୋଇଥିଲେ ଦିଗହରା।
ଗତ ରାତିରେ
ଥିଲା କି ନ ଥିଲା ଭାଷା
କହିବାକୁ ନ ଥିଲା ଚୌକିଦାର୍ ।
ଗତ ରାତିରେ
କେହି କିଛି କାହାକୁ
କରୁ ନ ଥିଲେ ପଚରାଉଚୁରା।
ଗତ ରାତିରେ
ନ ଥିଲା ଫୁଲର ଗଭା,
ନ ଥିଲା ସ୍ୱପ୍ନର ଶୋଭା।
ଗତ ରାତିରେ
ବିଶ୍ୱାସ କର ମତେ
ମୁଁ ଇ ଥିଲି ତୁମ ପାଖେ,
ବିଶ୍ୱାସ କର ମତେ
ଗତ ରାତିରେ
ପଚାର ନି ଆଉ ଆଉ
ହୋଇଥିଲା କଣ
ଆଉ ହୋଇ ନ ଥିଲା କଣ
ଏଠାରେ କି ସେଠାରେ,
ଯୋଉଠି ନ ଥିଲେ
ଆମ ଭିତରୁ କେହି କେଉଁଠାରେ।
This poem has not been translated into any other language yet.
I would like to translate this poem