ଖୋଜା ପଡେ
ଗଜାନନ ମିଶ୍ର
କିଏ ଖୋଜେ,
ଖୋଜେ କାହାକୁ
କେତେବେଳେ
କଣ ପାଇଁ!
ଖୋଜାପଡେ
ଏମିତି ଆହୁରି
ଅନେକ କିଛି
ଅନେକ ସମୟରେ।
ମିଳେ କି ନ ମିଳେ
ପଚାରେ କିଏ ଆଉ
କେତେ କାହାକୁ!
ଖୋଜିଲାବେଳେ
ଥାଏ କିଏ, ଜଣା
ନ ଥାଏ କିନ୍ତୁ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/12/2019
This poem has not been translated into any other language yet.
I would like to translate this poem