ନୀଚତା
ଗଜାନନ ମିଶ୍ର
ସୀମାଟିଏ ଥାଏ
ନୀଚତାର ବି।
ତାସଘର ବି ଥାଏ
କିଛି ସମୟ
ମୁଣ୍ଡଟେକି।
ସଭିଏଁ ଖରାପ
ମୁଁ ଏକା ଭଲ,
ମୁଁ ଏକା
ଧରିଛି ଟେକି ଆକାଶ,
ଆଉ ସବୁ
ଛିଣ୍ଡାଇବାରେ ବ୍ୟସ୍ତ
ଚାରିଆଡର ଶତ୍ରୁପଲ।
ଚୁପ୍ ରହିବାରେ ମଙ୍ଗଳ,
କଣ୍ଟାବାଡରେ
କହୁଣୀମାରି କହୁଛି କିଏ
କିଆଁ ପଶୁଛି ଶଲ!
ଚୋରର ମୁହଁ ଟାଣ,
ତୋଷାମଦିଆର
ମିଠାକଷା କଥାରେ
ଉକୁଟି ଉଠେ ପ୍ରକୃତି
ଚଠା କୁକୁରର।
ଧେତ୍ ତେରିକି
ଲାଗିଲେ ମଲ,
କହିଲେ ମଲ,
ଚୁପ୍ ରହିଲେ
ଆହୁରି ମଲ!
ପାରିବ ନି ହୋ
ଆଗରେ କଂଚା
ମାଂସ ଖାଉ ଗୃଧ୍ର।
ଗୋତ୍ର ମାରୁ ସରକାର,
ଭେଣ୍ଡିଆଭୂତ ଲଗାଇ
ସାରୁଛି ସମୟ।
ନାରାୟଣ ନାରାୟଣ,
କିଏ କେମିତି କଣ
ଜାଣିଲେ କି ନ ଜାଣିଲେ
ସବୁ ହିସାବ ରଖିବ ଦିନ।
ସବୁ ଜଣା ସଭିଙ୍କୁ,
ଭିତରେ ଭିତରେ ଲୀଳାଖେଳା
ବାହାରକୁ ଟାଣ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/5/2019
This poem has not been translated into any other language yet.
I would like to translate this poem