ପବନ ନାଇଁ ସୂର୍ଯ୍ୟ ନାଇଁ
ନାଇଁରେ ନାଇଁ ରକତ ନାଇଁ
ପାଣି ନାଇଁ ପରାଣ ନାଇଁ।
ପଥରରେ ଲେଖା
ଭାଗ୍ୟରେଖା
ଓଲଟପାଲଟ କରିବ କିଏ
ସେଇ ଲୋକର ଦେଖା ନାଇଁ,
ନାଇଁରେ ନାଇଁ
ଦେଖା ନାଇଁ ଶୁଣା ନାଇଁ
କଥା ନାଇଁ କାର୍ଯ୍ୟ ନାଇଁ।
ଜାଣେ କିଏ କଣ
ସେଇ କଥାରେ ମତଲବ ନାଇଁ।
ନାଇଁରେ ନାଇଁ ନାଇଁ
କାହାର କିଏ ଜାଣିଛି ଯିଏ
ତାଆରି ପାଖରେ ଭାଷା ଇ ନାଇଁ।
This poem has not been translated into any other language yet.
I would like to translate this poem