ନାଇଁ ଜଣା ସତ Not Known Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନାଇଁ ଜଣା ସତ Not Known Truth

ଆଗବାଗ
ଗଜାନନ ମିଶ୍ର

ଭାବୁଛ କଣ
ଆଉ କଣ ଲେଖୁଛ!
ଲକ୍ଷ୍ୟର ଆଗବାଗ
ନାଇଁ ଜଣା ସତ!

ଏ କବିତା ନୁହଁ
ସେ କବିତା
ଖୋଜୁଛ ଯାହାକୁ
ଏତେବେଳ ଯାଏ ଏଠି।

ଏଠି ଏତେ ଖୋଜାଲୋଡା
ଆଉ ସବୁ ସ୍ୱାର୍ଥକୁ ନେଇ,
ହେଉ ଠିକ୍ ଅଛି।
ସମୂହ ସ୍ୱାର୍ଥର ପ୍ରତିକୂଳ
ନୁହଁ ଯଦି କାହାରି
କଣ କୁହା ଗୁରୁତ୍ୱ ରଖେ ନି।

ଜଣା ଅଜଣା ଭିତରେ
ପାର୍ଥକ୍ୟ ପାରୁଛ ଦେଖି?
ଦେଖାଅଦେଖା ପ୍ରାୟ
ସମାନ ଏଠି।

ଠିକ୍ ଅଛି,
ଖୋଜୁଛ ତ ଖୋଜିଚାଲ।
ପାଇଲେ କହିବ
ଅପେକ୍ଷାରେ ଅଛି ମୁଁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
28/02/2020

Thursday, February 27, 2020
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success