1
ନିଆଁରଡ, ଶବ୍ଦ।
ନିଦାରୁଣ ସମୟ
ଯନ୍ତ୍ରଣା ବିଦ୍ଧ।
କହିବି କି
କାହାକୁ କଣ?
ଖୋଲୁ ନି
ପାଖୁଡା ମନର।
ବର୍ଣ ଧ୍ୱନି
ଏ ସବୁ କାହାର!
2
ଜୀବନ ସୃଷ୍ଟ
ସୁନ୍ଦର ମହକ।
ସୂର୍ଯ୍ୟୋଦୟ ସଦା,
ନିଃସନ୍ଦେହ।
ଜୀବନ,
ଅମୃତମୟ।
ଯୁଗକୁ ଯୁଗ
ଭର୍ତ୍ତି ଆଲୁଅ।
ଭାବ ଭାଷା
ଆନନ୍ଦ ଅପାର।
ଆରାମରେ
ସଂଚରୁଛି ହୃଦୟ।
3
ବର୍ଷା ଆଉ ଖରା,
ଆକାଶ ଆକାଶଧାରା।
ବିରାମହୀନ
ଏ ଯାତ୍ରା।
ନାହିଁ କିଛି
ସତ୍ୟ ଛଡା।
କଙ୍କି ପ୍ରଜାପତିର
ପୃଥିବୀ ଏଇଟା।
ନିଃଶବ୍ଦରେ
ଚାଲିଛି
ଘରବାହୁଡା।
ନାଇଁ ଯନ୍ତ୍ରଣା
ନାଇଁ ଜ୍ୱାଳା,
ମାଟିର ସ୍ୱର୍ଗ
ଆସ ରହିବା।
This poem has not been translated into any other language yet.
I would like to translate this poem