ସଭିଏଁ ଆନନ୍ଦିତ
ଗଜାନନ ମିଶ୍ର
ପାଇବାର ନାଇଁ, ତେଣୁ
କହୁଛି ଆଉ ଲେଖୁଛି
ଏମିତି ରୋକ୍ ଠୋକ୍ ।
କରୁ ନାଇଁ କିନ୍ତୁ ସମାଲୋଚନା
କାହାରି ବ୍ୟକ୍ତିଗତ ଦୋଷତ୍ରୁଟି।
ବନ୍ଧୁ ହୋଇ ଶତ୍ରୁଭଳି ତୁମର
ବ୍ୟବହାରରେ ବି ମୁଁ
ରୋକୁଛି ନିଜକୁ ଘୃଣା
କ୍ରୋଧ ଆଉ ଦାମ୍ଭିକତାରୁ।
ଜିଇଁବା ହେଉଛି ଗୋଟେ ଧର୍ମଯୁଦ୍ଧ
ଜିଇଁ ଜାଣିଲେ ସର୍ବଶ୍ରେଷ୍ଠ ।
ରୁହ ଅକପଟ, ନାଇଁ କଷ୍ଟ।
ଏଠି, ସମସ୍ତେ ନିମନ୍ତ୍ରିତ,
ରୁହ, ସଭିଏଁ ଦେଖ ଆନନ୍ଦିତ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
15/12/2019
This poem has not been translated into any other language yet.
I would like to translate this poem
Each one is here to get nectar of life