ପାଟଣାଗଡ Patnagarh Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାଟଣାଗଡ Patnagarh

Rating: 5.0

ପାଟଣାଗଡ ପାଟଣାଗଡ ପାଟଣାଗଡ
ଗଜାନନ ମିଶ୍ର

ମୋ ସ୍ୱପ୍ନ
ମୋ ଜାଗୃତି
ମୋ କବିତା
ମୋ ଜୀବନର
ସାମଗ୍ରିକ ସୁନ୍ଦର
ଅମୃତମୟ ନିତ୍ୟ
ଇସ୍ତାହାର,
ବଢି ମରୁଡି
ଆଲୁଅ ଅନ୍ଧାର
ସମୟ ଅସମୟ
ବନ୍ଧୁତା ଶତ୍ରୁତାର
ଅଲୌକିକ ଦିବ୍ୟ
ସମାହାର,
ଦୂର ପାଖ
ଦେଖା ଅଦେଖା
ସ୍ନାୟୁଶିରା
ପ୍ରଥା ବିଶ୍ୱାସ
ଆରୋହଣ ଅବରୋହଣର
ସତ୍ୟ ପ୍ରେମ ପ୍ରକ୍ରିୟା
ସଦା ସର୍ବଦା ସାକ୍ଷୀ
ଯେଉଁଆଡକୁ ଗଲେ ବି
ଯୋଉଠି ଥିଲେ ବି
ପାଟଣାଗଡ ପାଟଣାଗଡ
ପାଟଣାଗଡ ମତେ ଡାକେ
ଡାକୁଥାଏ ଫେରି ଆ ଫେରି ଆ
ଫେରି ଆ, ଆଉ ମୁଁ
ମୋ ଭିତରେ କବିତାରେ
ସାହିତ୍ୟରେ ଉବୁକା ମାରୁଥାଏଁ
ଆହୁରି ଆହୁରି ମାଟି ଆଉ
ଆକାଶ ମଝିରେ
ସଚରାଚରକୁ ଜାବୋଡି ଧରି
ସଚରାଚରର ମଙ୍ଗଳ ପାଇଁ
ପାଟଣାଗଡକୁ ଚୁମି ଚୁମି
ଆଉ ଯାଉଥାଏ ଖୋଲି ଖୋଲି
ସବୁ ରଙ୍ଗୀନ ଆଲୁଅର
ସବୁ ସବୁ ଆନନ୍ଦର ଦ୍ୱାର,
ଦ୍ୱାର ପରେ ଦ୍ୱାର,
ଦ୍ୱାର ପରେ ଦ୍ୱାର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
28/5/2019

Tuesday, May 28, 2019
Topic(s) of this poem: earth
POET'S NOTES ABOUT THE POEM
Patna Garh, Odisha, India - I born here, my earth, my heaven, my poetry.
COMMENTS OF THE POEM
Upendra Upm 28 May 2019

it evokes nostalgia.sunder kabita

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success