ସୁନ୍ଦର ଖେଳ
ଗଜାନନ ମିଶ୍ର
ସୁନ୍ଦର
ଅତି ସୁନ୍ଦର
ଏ ଖେଳ
ଚାଲିଛି ଯୋଉଟା
ପତି-ପତ୍ନୀ ଭିତରେ।
ରହ ରହ
ଜମୁ ଆଉ ଟିକିଏ
ଫାଇଦା ନେଇ ସାରନ୍ତୁ
ଯିଏ ଯେମିତି
ପାରୁଛନ୍ତି ଯେତେ।
ବୁଝିବାକୁ ନାରାଜ
କେହି କାହାକୁ।
ଶୂନ୍ୟେ ଶୂନ୍ୟେ ମିର୍ଚା ଫଟକରା
ସବୁ ମିଛିମିଛିକା
ସବୁ ବିରୋଧାଭାସ
ଭିତରେ ବାହାରେ ସବୁ
ଶୂନ୍ୟପୁରୁଷ।
ନାଇଁ ତ ତଳ ଉପର
ହେଉଥାନ୍ତା କିସ।
କ୍ଷତି ନାଇଁ,
ତେବେ ଅଛି ଲାଭ
ଏମିତି କଥା ନାଇଁ।
ରହ ରହ ଆଉ ଟିକିଏ
ଆସେ ପରଖି ପାଖରୁ
ହୃଦୟରୁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/01/2021
This poem has not been translated into any other language yet.
I would like to translate this poem